Spread the love

୩ବର୍ଷର ଶିଶୁପତ୍ରକୁ ହତ୍ୟା ଅଭିଯୋଗ , ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ନିର୍ମମ ହତ୍ୟା ସନ୍ଦେହ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୋମଳମତି ନିର୍ମାୟା ଶିଶୁକୁ ନିର୍ମମ ହତ୍ୟା । କେନ୍ଦୁଝର ଜିଲ୍ଲା ଝୁମ୍ପୁରାଥାନା ଅନ୍ତର୍ଗତ ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟାକରୀ ଏକ ଖାତରେ ପକାଇଦେଇଥିବା ନେଇ ସୂଚନା। ସୂଚନା ଅନୁସାରେ ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ଉକ୍ତ ଗ୍ରାମର ଚନ୍ଦନ ମୁଣ୍ଡା ସହିତ କୌଣସି କଥାକୁନେଇ ବିବାଦ ହୋଇଥିଲା। ଏହାକୁ ନେଇ ଶ୍ରୀତମ ମୁଣ୍ଡା , ଚନ୍ଦନ ଉପରେ ରାଗ ରଖିଥିଲା ଓ ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ଦିନ ରାଗ ଜର୍ଜରିତ ରେ ଶ୍ରୀତମ ମୁଣ୍ଡା ଚନ୍ଦନର ପୁଅ ଲକି ମୁଣ୍ଡା ନାମକ ୩ବର୍ଷର ଶିଶୁ ପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରା ଅଞ୍ଚଳକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ଗୋଡ଼କୁ ଧରି ଶିଶୁ ଟିକୁ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲା। ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ ତଦନ୍ତ ପରେ ଶ୍ରୀତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳକୁ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଏପରି ନିର୍ମମ ଓ ଅମାନୁଷିକ ହତ୍ୟା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଶିହରଣ ଖେଳି ଯାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *