Spread the love

ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍

ଦିଲ୍ଲୀ ର କେ.ଡି ଯାଦବ ଇଣ୍ଡୋର୍ ଷ୍ଟାଡିୟମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଫେବୃୟରୀ ୧ ରୁ ୫ ପର୍ଯ୍ୟନ୍ତ 4th ୱାକୋ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଅନୁଷ୍ଠିତ ହୋଇଥିଲା।
ଏହି ଟୁର୍ଣ୍ଣାମେଣ୍ଟ ରେ ଓଡ଼ିଶା ର ୭୧ ଟି ପଦକ ହାସଲ କରିଛନ୍ତି ସେଥି ମଧ୍ୟରୁ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ମୋଟ୍ ୧୮ଟି ପଦକ ରୁ ୮ଟି ସ୍ଵର୍ଣ୍ଣ ପଦକ (୬ଟି ବ୍ୟକ୍ତି ଗତ ଏବଂ ୨ ଦଳ ଗତ ଭାବରେ) ,୫ଟି ରୌପ୍ୟ ପଦକ, ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି ବାଳକ ବିଭାଗରେ ସୁସିଲ କୁମାର ରାଉତ (-୫୭) କେଜି ରେ ୨ ଟି ସ୍ଵର୍ଣ୍ଣ ପଦକ , ଚନ୍ଦନ ସାହୁ (-୬୩) କେଜି ରେ ୧ ଟି ସ୍ଵର୍ଣ୍ଣ , ୧ଟି କାଂସ୍ୟ ପଦକ , ଯୋଗେଶ୍ଵର ସାହୁ (-୭୪) କେଜି ରେ ୧ଟି ସ୍ଵର୍ଣ୍ଣ ,୧ଟି କାଂସ୍ୟ ପଦକ ,
ସୁଧିନ୍ଦ୍ର ନାଥ ପଟ୍ଟନାୟକ (-୮୪)କେଜି ରେ ୧ଟି ସ୍ଵର୍ଣ୍ଣ ,୧ଟି ରୌପ୍ୟ, ୧କାଂସ୍ୟ ପଦକ , ବାଳିକା ବିଭାଗରେ ସ୍ମୁତି ଭୋଇ (-୫୦)କେଜି ରେ ୧ଟି ରୌପ୍ୟ,୨ଟି କାଂସ୍ୟ ପଦକ, ମାନସୀ ସାହୁ(-୫୦)କେଜି ରେ ୧ ରୌପ୍ୟ,୨କାଂସ୍ୟ,
ରୋସନି ବେଗମ୍ (-୬୦)କେଜି ରେ ୧ଟି ସ୍ଵର୍ଣ୍ଣ,୧ଟି ରୌପ୍ୟ ଏବଂ ୧ଟି କାଂସ୍ୟ ପଦକ ଏବଂ ଟିମ୍ ପଏଣ୍ଟ ଫାଇଟ୍ ରେ ସ୍ୱର୍ଣ୍ଣ ଏବଂ ଟିମ୍ ମ୍ୟୁଜିକାଲ ଇଭେଣ୍ଟ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଯୋଗ ଦେଇଥିଲେ। ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ୟୁକୋ ବ୍ୟାଙ୍କ ଅଧିକାରୀ ଏବଂ ଶାଖା ପରିଚାଳକ।
ଆମେଚୋର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡ଼ିଶା ର ସଭାପତି କାର୍ତ୍ତିକ ଡାକୁଆ ଏବଂ ସମସ୍ତ ସଦସ୍ୟ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା,
ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,
ଯୁଗ୍ମ ସମ୍ପାଦକ ବାପି ସାମଲ ,
କୋଷାଧ୍ୟକ୍ଷ ଅରବିନ୍ଦ ବେହେରା ,
ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *