Spread the love

ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ଦଫା ଦାବୀ ପ୍ରଦାନ

ଢେଙ୍କାନାଳ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କର ଦୀର୍ଘଦିନ ଧରି ପଢିରହିଥ‌ିବା ଦାବୀଗୁଡିକର ପୂରଣ ପାଇଁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୦ଦଫା ଦାବୀପତ୍ର ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ଆସୋସିଏସନ୍ ପକ୍ଷରୁ ପ୍ରଦାନ କରିଛନ୍ତି । ଦାବୀ ଗୁଡିକ ହେଲା, ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପକୁ ସ୍ଥାୟୀ କରାଯାଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ । ଯେପର୍ଯ୍ୟନ୍ତ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇନାହିଁ, ସେପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇ, ଗତ ୨୦୨୪ ମସିହା ନିର୍ବାଚନ ସମୟରେ ଘୋଷଣା କରାଯାଇଥିବା ବର୍ଷିତ ପାରିଶ୍ରମିକ ତୁରନ୍ତ ଲାଗୁ କରାଯାଉ, ଗତ ତା.୩୧.୦୮.୨୦୨୧ ରିଖରେ ବିଭାଗ ତରଫରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୨୧୩୫୧ ଅନୁଯାୟୀ ୫୫ବର୍ଷରୁ ଉର୍ଦ୍ଧ ଅଙ୍ଗନଓ୍ବାଡି କର୍ମୀମାନଙ୍କ ପାଇଁ ପ୍ରତିବର୍ଷ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବାର ବ୍ୟବସ୍ଥାକୁ ପୁନର୍ବିଚାର କରାଯାଉ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ବର୍ଷ ବୟସ ପରେ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ପୁନଃନିଯୁକ୍ତି କରାଯାଉ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ, ନେଟୱର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକରରେ ତଥ୍ୟ ଏଂଟ୍ରି ହୋଇପାରିନଥିବା ଯୋଗୁଁ ଅନେକ ଅଙ୍ଗନଓ୍ୱାଡି କର୍ମୀଙ୍କର ପାରିଶ୍ରମିକ କାଟି ଦିଆଯାଇଛି। ତେଣୁ ଏହାର ପୁନଃବିଚାର କରାଯାଇ କଟାଯାଇଥିବା ବକେୟା ରାଶି ପ୍ରଦାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ, ଅଙ୍ଗନଓ୍ବାଡି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯାଇ ଏଥ୍ ସହିତ, ଅଙ୍ଗବୱାଡି କର୍ମୀମାନଙ୍କ ପଦୋନ୍ନତି ପାଇଁ ରହିଥ‌ିବା ବୟସ ସୀମାକୁ ଉଚ୍ଛେଦ କରାଯାଉ, ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ୟୁନିଫର୍ମ ବାବଦ ରାଶି ଗତ ୩ ବର୍ଷ ଧରି ପ୍ରଦାନ କରାଯାଇନାହିଁ । ତେଣୁ ବକେୟା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ କରାଯାଉ । ଏଥୁସହିତ, ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ମୋବାଇଲ୍ ରିଚାର୍ଜ ବାବଦ ରାଶି ନିୟମିତ ଭାବେ ପ୍ରଦାନ କରାଯାଉ, ପୋଷଣ ପ୍ରୋତ୍ସାହନ ବାବଦ ରାଶି ଗତ ୫ମାସ ଧରି ପ୍ରଦାନ କରାଯାଇ ନାହିଁ, ତେଣୁ ବକେୟା ପୋଷଣ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରାଯାଉ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସ୍.ଏନ୍.ପି. ଓ ଏମ୍.ଏସ୍.ପି.ଓ୍ୱାଇ ବାବଦ ଅର୍ଥରାଶି ଏବଂ ଚାଉଳ ସଠିକ୍ ସମୟରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଉ ନାହିଁ । ତେଣୁ ଏହାର ସୁବ୍ୟବସ୍ଥିତ ଓ ସମୟୋଚିତ ଯୋଗାଣ ସୁନିଶ୍ଚିତ କରାଯାଉ । ଏଥି ସହିତ ଜଏଂଟ୍ ଆକାଉଁଟ୍ ମାଧ୍ୟମରେ ଆସୁଥିବା ଅର୍ଥରାଶିର ସମ୍ପୂର୍ଣ ବିବରଣୀ ଅଙ୍ଗନୱାଡି କର୍ମୀମାନଙ୍କୁ ପ୍ରଦାନ କରାଯାଉ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବକେୟା ରହିଥୁବା ମାତୃତ୍ୱ ଅବକାଶ ଲାଭ, ଅବସର ଓ ମୃତ୍ୟୁ ଅବକାଶ ଲାଭ ରାଶି ତୁରନ୍ତ ପ୍ରଦାନ କରାଯାଉ । ଏହିସବୁ ଦାବୀଗୁଡିକୁ ପୂରଣ କରିବାକୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ବୋଲି ସଭାପତି ମାନସୀ ମହାପାତ୍ର ଜଣାଇଛନ୍ତି। ଏହି ଦାବୀ କାର୍ଯ୍ୟକ୍ରମରେ ରାଜ୍ୟ ମଜଦୁର ସଂଘ ଉପସଭାପତି ଭାସ୍କର ନାୟକ ଉପସ୍ଥିତ ରହି ସହ‌ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *