ଅଜଣା ଗାଡି ଧକାଦେବାରେ ମହିଳାଙ୍କ ମୃତ୍ୟୁ…

କଳାହାଣ୍ଡି, ଧର୍ମଗଡ 23/10,(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ )ଅଜଣା ଗାଡି ଧକାଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବାର ଦେଖାଦେଇଛି, ଧର୍ମଗଡ ଥାନା ଅନ୍ତର୍ଗତ ବଡ଼ବସୁଲ ମୁଖ୍ୟ ରାସ୍ତା ଠାରେ ଅଜଣା ଗାଡି ଧକାଦେବାରୁ ମହିଳା ଜଣଙ୍କ ମୃତ୍ୟୁ ହୋଇଯାଇଛି, ମହିଳା ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର (ଖୁଡୁପଡ଼ା)ର ଶ୍ରୀ ପଙ୍କଜ ମାଝୀ ଙ୍କ ସ୍ତ୍ରୀ ଲଷ୍ମୀ ମାଝୀ (48)ସେ କିଛି ଦିନ ହେବ ମାନସିକ ରୋଗରେ ପୀଡିତ ଥିଲେ, କିନ୍ତୁ ଦେହ ସୁସ୍ଥ ସବଳଥିଲା , ସବୁଦିନ ଗାଁ ରେ ଥିବା କେନାଲ କୁ ଗାଧୋଇ ଝାଡା ଯାଆନ୍ତି, ସେହିଭଲି ଆଜି ରାତ୍ରି ରେ ଝାଡା ଯାଉଛି କହି ବାହାରିଥିଲେ , କିନ୍ତୁ ଲେଟ ହେବାରୁ ସ୍ୱାମୀ ପଙ୍କଜ କେନାଲ କୁ ଖୋଜିବାକୁ ଆସିଲେ ହେଲେ ପାଇଲେନାହିଁ, ଫଳରେ ସମସ୍ତେ ରାତ୍ରି ସାରା ଖୋଜା ଖୋଜି କରି ପାଇଲେନାହିଁ, ସକାଳେ ପୁଣି ଖୋଜିବାକୁ ଗଲାବେଳେ ବଡ଼ବସୁଲ ରାସ୍ତା କଡରେ ବଡି ପଡିଥିବାର ଦେଖିଲେ, ପରିବାର ଲୋକେ ରାସ୍ତାରେ ଦୁର୍ଘଟଣା କରି ଦୁର୍ବୁର୍ତ୍ତ ରାସ୍ତାକଡ଼ରେ ପକେଇ ଦେଇ ଚାଲିଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି,ମରଶରୀର ରାସ୍ତା କଡ଼ରେ ପଡିଥିବାର ଦୃଶ୍ୟ ସାମ୍ନାକୁ ଆସିଛି, ପରେ ଗ୍ରାମର ଲୋକେ ଖବରପାଇ ଜମାହୋଇଯାଇଥିଲେ, ଏବଂ ଧର୍ମଗଡ ପୋଲିସ କୁ ଖବର ଦେଇଥିଲେ, ଧର୍ମଗଡ ପୋଲିସ ପହଂଚି ତଦନ୍ତ କରି, ଶବକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଚିକିତ୍ସା ଲୟ କୁ ପଠା ଯାଇଥିବାର ଦେଖାଯାଇଛି, ପରିବାର ରେ କାନ୍ଦ ବୋବାଳି ଫାଟିପଡ଼ୁଥିବା ଦେଖାଦେଇଛି,ଏବେ ଦେଖାଯାଉ ତଦନ୍ତ କରି ପୋଲିସ ଦୋଷୀକୁ ଧରିବାରେ କେତେ ତତ୍ପର ତାହା ଦେଖିବାକୁ ବାକିରହିଲା ।

