Spread the love

::ଅତାବିରା ରେ ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା::


ବରଗଡ଼:-୧୩/୧୦(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ଅତାବିରା ସରସ୍ଵତୀ କଲ୍ୟାଣ ମଣ୍ଡପ ପରିସରରେ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା କୁ ଶୁଭ ଉଦ୍ଘାଟନ କଲେ ବିଧାୟକ ନିହାର ରଞ୍ଜନ ମହାନନ୍ଦ।

ଏହି ଅବସରରେ ମତ୍ସ ଓ ପ୍ରାଣୀ ସମ୍ପଦ କୁ ନେଇ ଲାଗିଥିବା ୩୩ଗୋଟି ଷ୍ଟଲ୍ ଗୁଡ଼ିକୁ ଅନୁଧ୍ୟାନ କରିଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଧୂପ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରି ଗୋଷ୍ଟୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଙ୍କ ଅଧ୍ୟକ୍ଷତା ରେ ମୁଗ୍ଧା ଦାଶ ଙ୍କ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଶୋଭନ ନାୟକ, ଜିଲ୍ଲା ମତ୍ସ ଅଧିକାରୀ ଜାନକୀ ବେହେରା,ଅତାବିରା ଭାର ପ୍ରାପ୍ତ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରତାପ ରୁଦ୍ର ସାହୁ,ଆତ୍ମା ଚେୟାର ମେନ ମିଳନ ସେଠ୍,ଚାଷୀ ନେତା ବିରେନ୍ଦ୍ର କର,ସାଂସଦ ପ୍ରତିନିଧି ବୀରେନ ହୋତା ମଞ୍ଚାସିନ ରହି ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗୀୟ ଯୋଜନା ଉପରେ ଚାଷୀ ଯୁବପୀଢ଼ି ଙ୍କୁ ଉଦ ବୋଧନ ଦେଇଥିଲେ।ଏହି ଅବସରରେ ଜି ମୋହନ, ଚିତ୍ତରଞ୍ଜନ କର୍ଣ୍ଣ,କେପି ଶ୍ରୀନିବାସ,କୈଳାସ ବୁଡା, ନମିତା ପ୍ରଧାନ,ପ୍ରମିଳା ପ୍ରଧାନ,ତୁଳସୀ ଭୋଇ, ଆର୍ତ୍ତତ୍ରାଣ ଭୋଇ,ରେଣୁକା ମହାକୁର,ସୁଜାତା ପ୍ରଧାନ ପ୍ରମୁଖ ଙ୍କୁ ସଫଳ ଚାଷୀ ରୂପେ ସହାୟତା ରାଶି ପ୍ରଦାନ କରାଯାଇଥିଲା।ପରିଶେଷରେ ମତ୍ସ ଅଧିକାରୀ ସୁମନ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରା ଯାଇଥିଲା।

Leave a Reply

Your email address will not be published. Required fields are marked *