ଆଠମଲ୍ଲିକରେ ପୋଲିସର ଚଢ଼ାଉ: କାର୍ରୁ ୨୫.୨୨୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଆଠମଲ୍ଲିକ: ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଆଠମଲ୍ଲିକ ପୋଲିସକୁ ମିଳିଛି ସଫଳତା। ନୂଆଗଡ଼ ବ୍ରିଜ୍ ନିକଟରେ ଯାନବାହନ ଯାଞ୍ଚ ସମୟରେ ଏକ କାର୍ରୁ ୨୫ କିଲୋ ୨୨୫ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ହେଲେ ଆଠମଲ୍ଲିକ ଥାନା ଅନ୍ତର୍ଗତ ରସୋସିଂହ ଗ୍ରାମର ପ୍ରଦ୍ୟୁମ୍ନ ତାଣ୍ଡିଆ। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ସନ୍ଦେହଜନକ ଭାବେ ଯାଉଥିବା କାର୍କୁ ଯାଞ୍ଚ କରିବାରୁ ଏହି ଗଞ୍ଜେଇ ମିଳିଥିବା ଜଣାପଡ଼ିଛି।
ଜବତ ଗଞ୍ଜେଇର ପରିମାଣ ୨୫.୨୨୫ କିଲୋଗ୍ରାମ। ଏହି ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
ବେଆଇନ ଗଞ୍ଜେଇ ଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
