Spread the love

ଆବାସ ଯୋଜନାରେ ଘର ଖଣ୍ଡିଏ ନ ପାଇ ବାରଦ୍ୱାର ହେଉଛନ୍ତି ବିଧବା ମହିଳା ଚିତ୍ର ଭୋଇ 

ଘର ଖଣ୍ଡିଏ ପାଇବାକୁ ବିଭାଗୀୟ ଅଧିକାରୀଙ୍କୁ ଦାବୀ

 

ଜେ ବି ଏନ, ବୌଦ୍ଧ ୧୧/୦୨/୨୦୨୧, (ଜାଗ୍ରତ ଭାରତ ନିଉଜ ବ୍ୟୁରୋ ପଶ୍ଚିମାଞ୍ଚଳ) ରିପୋର୍ଟ, ସୁଦାମ ଚରଣ ସାହୁ), : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଖଟଖଟିଆ ଗ୍ରାମର ଚିତ୍ର ଭୋଇ ନାମକ ବିଧବା ମହିଳା କୁ ୭୫ ବର୍ଷ ହୋଇଛି l ଘର ଖଣ୍ଡିଏ ପାଇଁ ସରକାରଙ୍କୁ ଅନେକ ଥର ଦରଖାସ୍ତ କରି ନଜରକୁ ଆଣିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣ ଗୋଚର କରୁନଥିବା ସେ କହିଛନ୍ତି l କିନ୍ତୁ ସରକାରଙ୍କ ଏସିସି ଲିଷ୍ଟରେ ଚିତ୍ରା ଭୋଇଙ୍କ ନାମ ଥିଲେ ମଧ୍ୟ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଛନ୍ତି l ଘର ଖଣ୍ଡିଏ ପାଇଁ ବାରଦ୍ଵାର ସୁଣ୍ଡି ପିଣ୍ଡା ହେଉ ଅଛନ୍ତି l ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଅଛନ୍ତି, କିନ୍ତୁ ଜଣେ ବିଧବା ମହିଳା ବାରମ୍ଵାର ଅଭିଯୋଗ ଆଣିଥିଲେ ମଧ୍ୟ ନ୍ୟାୟ ପାଇପାରୁ ନାହାନ୍ତି l ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଘର ଯୋଗାଇ ଦେବା ପାଇଁ ସେ ଦାବୀ କରିଛନ୍ତି l

You missed