“ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ” ପକ୍ଷରୁ ଡଃ ନିମାଇଁ ଚରଣ ପ୍ରଧାନ ଙ୍କ ସ୍ମୃତି ସଭା ଅନୁଷ୍ଠିତ।।
ତାଳଚେର ,୨୪/୧୦ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ଆଜି ସ୍ଥାନୀୟ ଦେଉଳ ବେଡ଼ା ସ୍ଥିତ ମଙ୍ଗଲମ ହଲ ଠାରେ ସ୍ଵର୍ଗତ ନିମାଇଁ ଚରଣ ପ୍ରଧାନ ଙ୍କ ପାଈଁ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଉପେନ୍ଦ୍ର ପରିଡା ସଭାପତିତ୍ବ କରିଥିଲେ।ମୂଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ପ୍ରତିଷ୍ଠାତା ପୂର୍ବତନ ସାଂସଦ , ତଥା ସ୍ଵର୍ଗତ ନିମାଇଁ ଚରଣ ପ୍ରଧାନ ଙ୍କ ବଲ୍ୟବନ୍ଧୁ ମହେଶ ସାହୁ ଯୋଗ ଦେଇ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସାଧାରଣ ସମ୍ପାଦକ ତଥା ତାଳଚେର କଲେଜ ରୁ ଅବସରପ୍ରାପ୍ତ ଅଧ୍ୟାପକ ସ୍ଵର୍ଗତ ଡ଼ଃ ନିମାଇଁ ଉଚରଣ ପ୍ରଧାନ ଙ୍କ ଜୀବନୀ ଆଦର୍ଶ ବିଷୟରେ ଉପସ୍ଥିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅବଗତ କରାଇବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ।ବରିଷ୍ଟ ଆଇନ ଜିବୀ ହରେକୃଷ୍ଣ ପାତ୍ର, ଅବସରପ୍ରାପ୍ତ ସରୋଜ ପ୍ରଧାନ , ପୂର୍ବତନ ସରକାରୀ ଓକିଲ ନିର୍ମଳ ତ୍ରୀପାଠୀ, ପ୍ରମୁଖ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପ୍ରେସ କ୍ଲବ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ,ସାଧାରଣ ସମ୍ପାଦକ ଡଃ ରଶ୍ମୀ ରଞ୍ଜନ ମିଶ୍ର,ଶଶି ଶେଖର ସିଂ, ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରିତା ରାଣୀ ଦାସ,ଦିଲୀପ ପ୍ରଧାନ, ଅକ୍ଷୟ ବେହେରା, ନିର୍ମଳ ସାହୁ, ଜ୍ୟୋତି ରଞ୍ଜନ ଦାସ, ଭାଗିରଥି ମହାପାତ୍ର,ଅନୁଷ୍ଠାନର ସଂଯୋଜୋକ ତପନ କୁମାର ମହାରଣା,ବାବୁଲା ଶତପଥି, ସ୍ବର୍ଗତ ପ୍ରଧାନ ଙ୍କ ସହଧର୍ମିଣୀ ସୁମତି ପ୍ରଧାନ, ଓ ପୁତ୍ର ସୋମ୍ୟ ରଞ୍ଜନ , ପୂତବଧୂ ସ୍ନେହ ଲତା, ନାତି ସମିକ , ମହିଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷା ସୋଭଗିନି ଦେବୀ , କୁଶ ବିହାରୀ ସାମଲ, ଲିପୁ ରଥ , କାଳିଆ ସାମଲ, ହର୍ଶ ବର୍ଦ୍ଧନ,ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ନିମାଇଁ ଚରଣ ପ୍ରଧାନ ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜଣେ ମହିଳାଙ୍କୁ ଆତ୍ମୋ ନିର୍ଭର ନିମନ୍ତେ ଗୋଟିଏ ସିଲେଇ ମେସିନ ପ୍ରଦାନ କରାଯାଇଥିଲା।ଏଥି ପୂର୍ବରୁ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଆଗାମୀ ଦିନ ପାଇଁ କାର୍ଯ୍ୟକ୍ରମ ର ରୂପରେଖ ପ୍ରସ୍ତୁତ ହୋଇଥିଲା।

