Spread the love

ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ — ସଜାଗ ପ୍ରଶାସନ, ସମସ୍ତ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ନଯାଏ, ସେଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତାମୂଳକ ଚିଠି ଜାରି କରାଯାଇଛି।

ବନ୍ଦ ବେଳେ ରାସ୍ତା ଅବରୋଧ ସହ ଟାୟାର ଜାଳି ପ୍ରତିବାଦ କରାଯିବାର ସମ୍ଭାବନା ଥିବାରୁ ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ସହ ଜନସାଧାରଣଙ୍କ ଯାତାୟାତ ଓ ସାଧାରଣ ଜୀବନଯାପନ ଯେପରି ପ୍ରଭାବିତ ନହୁଏ, ସେନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *