Spread the love

ଆୟବହିର୍ଭୂତ ସମ୍ପତ୍ତି ମାମଲା: R&B ବିଭାଗର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ଗିରଫ

ବାରିପଦା: ଆୟବହିର୍ଭୂତ ସମ୍ପତ୍ତି (DA) ମାମଲାରେ ଓଡ଼ିଶା ଭିଜିଲାନ୍ସ ବେତନଟି R&B ସବ୍-ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କୁ ଆଜି ବାରିପଦା ସ୍ଥିତ ଭିଜିଲାନ୍ସ ସ୍ପେଶାଲ୍ ଜଜ୍‌ଙ୍କ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ତଲାସୀ ସମୟରେ ଅରବିନ୍ଦ ମହାନ୍ତିଙ୍କ ନାମରେ ବହୁ ସମ୍ପତ୍ତି ଓ ନଗଦ ଟଙ୍କା ଠାବ ହୋଇଥିବା ଦାବି କରାଯାଇଛି। ତଲାସୀରେ ୨ଟି ବହୁତଳ କୋଠା, ୫ ଏକର ପରିମିତ ଏକ ଫାର୍ମହାଉସ୍, ୨୩ଟି ଦାମୀ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ ସୁନା, ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ, ୬୯.୬୯ ଲକ୍ଷ ଟଙ୍କାର ଜମା ଏବଂ ଗୋଟିଏ ଚାରିଚକିଆ ଯାନ ଠାବ ହୋଇଥିବା ଭିଜିଲାନ୍ସ କହିଛି।

ଭୁବନେଶ୍ୱରର ବାଲିଅନ୍ତାସ୍ଥିତ ତାଙ୍କ ବାସଭବନରେ ଆଜି ହୋଇଥିବା ତଲାସୀ ସମୟରେ ଆଉ ୨.୫ ଲକ୍ଷ ଟଙ୍କା ନଗଦ ମିଳିଥିବାରୁ ମୋଟ ନଗଦ ଟଙ୍କାର ପରିମାଣ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କାରେ ପହଞ୍ଚିଥିବା ଭିଜିଲାନ୍ସ ସୂଚନା ଦେଇଛି।

ତଲାସୀରେ ମିଳିଥିବା ଏହି ସମ୍ପତ୍ତି ଓ ନଗଦ ଟଙ୍କା ସମ୍ପର୍କରେ ଅରବିନ୍ଦ ମହାନ୍ତି ସନ୍ତୋଷଜନକ ଭାବେ ହିସାବ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୫/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *