Spread the love

ଏସିଆଡ୍‌ ହକିରେ ଭାରତର ବିଜୟ: ଅମିତ ଓ ଶିଳାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬:
ଏସିଆଡ୍‌ ହକିରେ ଭାରତୀୟ ପୁରୁଷ ହକି ଦଳର ବିଜୟ ପରେ ଦଳର ଦୁଇ ଓଡ଼ିଆ ଖେଳାଳି ଅମିତ ଓ ଶିଳାନନ୍ଦଙ୍କୁ ଟେଲିଫୋନ୍‌ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

ଫୋନ୍‌ ଯୋଗେ ଦୁଇ ଖେଳାଳିଙ୍କ ସହ କଥାହୋଇ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଦେଶ ପାଇଁ ଗୌରବ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ।

ଭାରତୀୟ ଦଳର ସଫଳତାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଖେଳାଳିଙ୍କ ଅବଦାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ଏହି ବିଜୟ ଦେଶ ସହ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *