ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡ. ବ୍ରଜ ମୋହନ ରାମ ନିଯୁକ୍ତ: ଚାରିଆଡ଼ୁ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।
ତାଙ୍କ ନିଯୁକ୍ତିରେ ରାଜ୍ୟବାସୀ ତଥା ବିଭିନ୍ନ ସାମାଜିକ ଓ ରାଜନୈତିକ ବ୍ୟକ୍ତିବିଶେଷ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଆଶା ପ୍ରକଟ କରିଛନ୍ତି ଯେ, ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ଓ ଅଭିଜ୍ଞ ନେତୃତ୍ୱରେ ଓଡ଼ିଶା ପ୍ରଗତି, ସମୃଦ୍ଧି ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସଫଳ କାର୍ଯ୍ୟକାଳ, ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରାଯାଇଛି।
ଶୀଘ୍ର ରାଜଭବନରେ ଏକ ଭବ୍ୟ ଉତ୍ସବରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରି କାର୍ଯ୍ୟଭାର ସମ୍ଭାଳିବେ।
