Spread the love

କଟକ : କଟକ ପ୍ରେସ ଛକ ମାଛ ମାର୍କେଟ ସାମ୍ନା ଜାତୀୟ ରାଜପଥ ୧୬ର ଓଭର ବ୍ରିଜ ଉପରେ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି କୁ ଧକ୍କା ଦେଲା ମାଲ ବାହି ଟ୍ରକ୍ । ଟ୍ରକ୍ ଧକ୍କାରେ ଏକ୍ସୟୁଭି ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ିରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ଦୁର୍ଘଟଣା ପାଇଁ ଜାତୀୟ ରାଜପଥ କିଛି ସମୟ ଜାମ ହୋଇଥିବା ବେଳେ ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ପହଞ୍ଚି ଭିଡ ହଟାଇବା ସହ ଗାଡ଼ି ଦୁଇଟିକୁ ଜବତ୍ କରିଛି । ତେବେ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ିଟି ଭୁବନେଶ୍ୱର ପଟୁ ଆସି ହଠାତ୍ ଖାନନଗର ରାସ୍ତାରେ ଯିବା ପାଇଁ ବାମ ପଟକୁ କାଟିବା ସମୟରେ ପଛପଟୁ ଆସୁଥିବା ଟ୍ରକଟି ବ୍ରେକ ମାରିଥିଲେ ବି ଗାଡ଼ି ରୋକିବାରେ ଡ୍ରାଇଭର ସକ୍ଷମ ହୋଇ ନ ଥିଲେ ଯାହା ପାଇଁ ଗାଡିଟି ଧକା ହୋଇଥିଲା । ଘଟଣା ସ୍ଥଳରେ ଉଭୟ ଗାଡି ଡ୍ରାଇଭର ମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ଅନ୍ୟପଟେ ମଧୁପଟଣା ଥାନା ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଥାନା କୁ ଆଣିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

You missed