Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କରତପଟା ଫରେଷ୍ଟ ଗେଟ୍ ନିକଟରୁ ମୃତଦେହ ଉଦ୍ଧାର

ହାତୀ ଆକ୍ରମଣରେ ମୃତ ହୋଇଥିବା ସନ୍ଦେହ

(ଜେ ବି ଏନ /ଚୈତନ୍ୟ ସାହୁ) ୧୦/୦୨/୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଫରେଷ୍ଟ ଗେଟ୍ ନିକଟରେ ଏକ ମୃତ ଦେହ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ହେଉଛନ୍ତି ରମେଶ, ବୟସ( ୪୫ )ଏବଂ ତାଙ୍କ ଘର ବନ୍ତଳା ଅନ୍ତର୍ଗତ ସୁନାଭୁଇଁ ଗ୍ରାମର ବୋଲି ଜଣାପଡିଛି । ତାଙ୍କର ଗୋଟିଏ ବନ୍ତଳା ଛକରେ ସାଇକଲ ଫିଟ୍ଟର ଦୋକାନ ଅଛି। ଖବର ରୁ ପ୍ରକାଶ ସେ ଗତ କାଲି କୈଣସି କାର୍ଯ୍ୟ ରେ ବଲଙ୍ଗ ଯାଇଥିଲେ, ଫେରିବା ବେଳକୁ ରାତି ଅନେକ ହେବାରୁ ହାତି ଭୟରେ ସେ ସେଇଠୁ ନ ଆସି ସେଠି ତାଙ୍କ ବନ୍ଧୁ ବାନ୍ଧବ ଘରେ ରହିଜାଇଥିଲେ ଓ ଭୋରୁ ଭୋରୁ ଘରକୁ ଫେରୁଥଲେ ବୋଲି ଯାହା ଖବର ରହିଛି କିନ୍ତୁ କରତ ପଟା ଛକ ଆଗରେ ଥିବା ଫରେଷ୍ଟ ଅଫିସ୍ ପାଖାପାଖି ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି ଏବଂ ମୃତଦେହ ପାଖରେ ତାଙ୍କ ମୋଟର ସାଇକେଲ (ଗାଡି ନଂOR- C-7128)ଏବଂ ମୋନି ପୋର୍ସ ପଡିଥିବା ଦେଖିବାକୁ ମିଳିଛି ।

ତାଙ୍କର କେଉଁ କାରଣରୁ ମୃତ୍ୟୁବରଣ ହୋଇଛି ଏବଂ କେତେବେଳେ ହୋଇଛି ତାହା ସଠିକ୍ ଭାବେ ଜଣାପଡିନଥିବା ବେଳେ ତାଙ୍କୁ ହାତି ମାରିଥିବା ସନ୍ଦେହ ପ୍ରକାଶ କରାଯାଉଛି । ବର୍ତ୍ତମାନ ଏ ଖବର ସାରା ଅଞ୍ଚଳରେ ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ସୂଚନା ପାଇ ବନ୍ତଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।