Spread the love

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉତ୍ସବ, ଭକ୍ତିମୟ ହେଲା ଢେଙ୍କାନାଳ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତିମୟ ହୋଇଉଠିଛି ଢେଙ୍କାନାଳ ସହର। ପରମ୍ପରା ଓ ଆଧ୍ୟାତ୍ମିକ ଭାବନାର ସହ ଆଜି ସହରର ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ।

ଏହି ଅବସରରେ ମହିଳା, ପୁରୁଷ ଓ ଛୋଟ ପିଲାମାନେ ସକାଳୁ ସକାଳୁ ବିଭିନ୍ନ ପୁଷ୍କରିଣୀ ନିକଟରେ ପହଞ୍ଚି ଡଙ୍ଗା ଭସାଇଥିଲେ। କଦଳୀ ପଟୁଆ, ସୋଲ ଓ ବିଭିନ୍ନ ରଙ୍ଗବେରଙ୍ଗର ଡଙ୍ଗାରେ ଗୋଟା ପାନ, ଗୁଆ, କଉଡ଼ି, ଦୁବ, ଦୀପ, ଧୂପ ଓ ପୁଷ୍ପ ଆଦି ରଖି ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ।

ପରେ ଶ୍ରଦ୍ଧା ଓ ଭକ୍ତିର ସହ ପୁଷ୍କରିଣୀର ଜଳରେ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ। ଡଙ୍ଗା ଭସାଇବା ସହ ଆମ ପୂର୍ବପୁରୁଷଙ୍କ ସାଧବ ପୁଅଙ୍କ ସ୍ମୃତି ଓ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ ସମସ୍ତେ।

କାର୍ତ୍ତିକ ପୂର୍ଣ୍ଣିମାର ଏହି ପବିତ୍ର ଦିନରେ ଡଙ୍ଗା ଭସା ପରମ୍ପରା ଢେଙ୍କାନାଳ ସହରରେ ଆଣିଦେଇଥିଲା ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ।

Leave a Reply

Your email address will not be published. Required fields are marked *