Spread the love

କୁଟୁରାଚୁଆଁ ଜୁନିଅର କଲେଜ ରେ ୭୮ ତମ ସମ୍ବିଧାନ ଦିବସ ପାଳିତ।
କୁଚିଣ୍ଡା ୨୬/୧୧ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିଅର କଲେଜ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀ ଙ୍କ ଅଧ୍ୟକ୍ଷତା ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭ ରେ ଉପସ୍ଥିତ ଅତିଥିଗଣ ସମ୍ବିଧାନ ର ପ୍ରଣେତା ଡକ୍ତର ଭୀମରାଓ ଆମ୍ବେଦକର ଙ୍କ ତୈଳ ଚିତ୍ର ରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଳା ଅର୍ପଣ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଅଧକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବିଧାନ ବିଷୟରେ ଆଲୋକପାତ କରିଥିବା ବେଲେ ଭୋଜପୁର ସ୍ଥିତ ବି ଆର୍ ଜି ଜୁନିଅର କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ଗବେଷକ ପ୍ରତାପ କୁମାର ମହକୁଲ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ପ୍ରଣୟନ କରିବାରେ ଡକ୍ତର ବି ଆର୍ ଆମ୍ବେଦକର ଙ୍କ ର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ। କଲେଜ ର ବରିଷ୍ଟ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଳେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଭାବନା ପାଣ୍ଡେ ପ୍ରାରମ୍ଭିକ ସୂଚନା,ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଚିଣ୍ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ କରୁଣାକର କିଷାନ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମ୍ବିଧାନ ଦିବସ ପାଳନ କରିବା ଉଦ୍ଦେଶ୍ୟ ର ମାର୍ଗଦର୍ଶନ ଦେଇଥିଲେ। କଲେଜ ର ଛାତ୍ରୀ ବବିତା ପ୍ରଧାନ,ଗାୟତ୍ରୀ ନାୟକ, ଲଭଲି ସୁନାନି,କାଟ୍ରିନା କିଷାନ୍, ମନିଷା ପ୍ରଧାନ,ଲତିକା ଭଇସା ପ୍ରମୁଖ ସମ୍ବିଧାନ ଦିବସ ବିଷୟ ରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ସୁଧୀର କୁମାର ନାୟକ,ଶିକ୍ଷା ପ୍ରଶିକ୍ଷିକା ପ୍ରତିମା କୁମାରୀ ନାୟକ, ଡି ଇ ଓ ସମୀନ କୁମାର ନାୟକ,ସେବକ ଜୟଦେବ ରାଉତ, ରଜତ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ପଟେଲ ସମସ୍ତ ଅତିଥି,ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବିଧାନ ର ପ୍ରସ୍ତାବନା କୁ ପାଠ କରାଇଥିଲେ ।ଶେଷରେ ଅଧ୍ୟାପକ ସୁଧୀର କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *