Spread the love

କୁଷ୍ଠ କଲୋନୀରେ ହିଙ୍ଗୁଳା ମାଇନ୍ସ ମହିଳା ମଣ୍ଡଳର ସହାୟତାର ହାତ

 

ତାଳଚେର: ମାନବିକତା ଓ ସାମାଜିକ ଦାୟିତ୍ୱର ଏକ ଉଦାହରଣ ସୃଷ୍ଟି କରି ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମ ପଞ୍ଚାୟତର ବଗାଧର କୁଷ୍ଠ କଲୋନୀରେ ସହାୟତାର ହାତ ବଢ଼ାଇଛି ହିଙ୍ଗୁଳା ମାଇନ୍ସର ମହିଳା ମଣ୍ଡଳ।

କଲୋନୀରେ ରହୁଥିବା ପ୍ରାୟ ୪୦ଟି ପରିବାରର ଜୀବନଯାପନ ଓ ସମସ୍ୟା ସମ୍ପର୍କରେ ମହିଳା ମଣ୍ଡଳର ସଦସ୍ୟମାନେ ପଚାରି ବୁଝିଥିଲେ। ସେମାନଙ୍କ ଅସୁବିଧା କିପରି ଦୂର କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।

 

ଏହି ଅବସରରେ କଲୋନୀର ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ବେଡ୍‌ସିଟ୍‌, ପିଲୋ କଭର ସହ କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ କଲୋନୀବାସୀଙ୍କ ଆବଶ୍ୟକତା ସମୟରେ ସହାୟତା ଯୋଗାଇଦେବାକୁ ମହିଳା ମଣ୍ଡଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

 

ଏହି ସେବାମୂଳକ କାର୍ଯ୍ୟରେ ହିଙ୍ଗୁଳା ମାଇନ୍ସର ମ୍ୟାନେଜରଙ୍କ ପତ୍ନୀ ଶ୍ରୀମତୀ ଅସ୍ମିତା ଜୋଶୀଙ୍କ ସମେତ ଚାରୁଲତା ସେଠୀ, ରୁନୁ ମାଝୀ, ରିତା ବେହେରା, ରୋଜାଲିନ ପ୍ରଧାନ, ରୁକ୍ମିଣୀ ନାୟକ, ମମତା ମାଝୀ, ପୂଜା ସେଠୀ ଓ ଦୀପ୍ତି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏଥିରେ ଶୋନାଲିନ ନନ୍ଦଙ୍କ ସମେତ ଶ୍ରୀଯୁକ୍ତ କାଳନ୍ଦୀ ବେହେରାଙ୍କ ମଧ୍ୟ ବିଶେଷ ଭୂମିକା ରହିଥିଲା।

 

ସେବା ଓ ସହଯୋଗର ଏହି ପଦକ୍ଷେପ କଲୋନୀବାସୀଙ୍କ ମଧ୍ୟରେ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି।

ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *