Spread the love

ଆଜି ମାଇ ଭାରତ ଢେଙ୍କାନାଳ ପକ୍ଷରୁ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମହାବିଦ୍ୟାଳୟ ଠାରେ କ୍ଲଷ୍ଟର ଅଫ୍ ବ୍ଲକ୍ ଲେବୁଲ ମିଟିଂ ଅନୁଷ୍ଠିତ ହୋଇଥିଲା।ଏଥିରେ 200 ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଏଥିରେ ଭଲିବଲ୍ ,ଦୌଡ଼ି ଟଣା, ସଟଫୁଟ୍,ସାଇକେଲ ରେସିଁ, ମ୍ୟୁଜିକ୍ ଚେୟାର,ସ୍ଲୋ ସାଇକେଲ ରେସ ଆଦି ଖେଳ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ କଲେଜର ପ୍ରିନ୍ସିପାଲ ଶ୍ରୀମତୀ ମୋନାଲି ରାଉତରାୟ ଓ ଅନ୍ୟ କଲେଜ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସୁଚାରୁ ଭାବରେ କାର୍ଯ୍ୟକ୍ରମ କରିଥିଲେ।
ଏଥିରେ ଅତିଥି ଭାବରେ କଲେଜ ପ୍ରିନ୍ସିପାଲ ଶ୍ରୀମତୀ ମୋନାଲି ରାଉତରାୟ ,ସମାଜସେବୀ ସୁଭାପ୍ରସାଦ ପଣ୍ଡା,ସମାଜସେବୀ ରତି ରଞ୍ଜନ ବେହେରା,ଶ୍ରୀଧର ବେହେରା ସ୍ପୋର୍ଟସ ଇଞ୍ଚଚାର୍ଜ ଶ୍ରୀମତୀ ସସ୍ମିରେଖା ସିଂହ,ସୌମ୍ୟା ସୁଚରିତା ଶତପଥୀ ଅତିଥି ଥିଲେ।
ମାଇ ଭାରତ ଢେଙ୍କାନାଳ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ କ୍ରୀଡ଼ା ପ୍ରତି ଉତ୍କଣ୍ଠା ବଢ଼ିବା ସହିତ କିଛି ଶାରୀରିକ ବ୍ୟାୟାମ ହେଉଥିବା କଥା ଅତିଥି ବୃନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *