Spread the love

ଗଜ ଲଷ୍ମୀପୂଜା ର ତୋରଣ ଭୁଷୁଡ଼ି ପଡିବାରୁ ରାସ୍ତା ରାସ୍ତା ଅବରୋଧ..,.

କଳାହାଣ୍ଡି, ଜୁନାଗଡ଼, 28/10/ (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ନୀୟୁଜ )’ଅର୍ଣ୍ଣବ’ ର ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ବର୍ଷା ଓ ପବନର ବେଗ ଜାରି ରହିଥିବାବେଳେ ଜୁନାଗଡ଼ ସହରରେ ଘଟିଛି ଅଘଟଣ, ପ୍ରବଳ ପବନ ଯୋଗୁଁ ବଡ଼ପଡା ଗାନ୍ଧୀ ଛକ ନିକଟରେ ଜାତୀୟ ରାଜପଥ 26କଡରେ ନିର୍ମିତ ଗଜଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗି ରାସ୍ତା ଉପରେ ପଡିଯାଇଛି,ଫଳରେ ତୋରଣ ପଡିଯିବାରୁ ରାସ୍ତାରେ ଥିବା ଅଟୋରିକ୍ସା, ବୋଲେରୋ,କାର,ଚାପି ହୋଇଯାଇଛି,ସୂଚନା ଅନୁଯାଇ ବୁଧବାର ଅପରାହ୍ନ ରୁ କଳାହାଣ୍ଡି ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ ‘ର ପ୍ରଭାବ ଅନୁଭୁତ ହୋଇଛି,ବର୍ଷା ସାଙ୍ଗକୁ ପବନ ଲାଗିରହିଥିବାରୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି,ଏହି ସମୟରେ ବଡ଼ପଡା ଥାନା ନିକଟରେ ହେଉ ଥିବା ଗଜଲକ୍ଷ୍ମୀ ପୂଜା ର ତୋରଣ, ହଟାତ ଭାଙ୍ଗିଯାଇ ତଲେପଡି ଯାଇଥିଲା, ତୋରଣଟି ରାସ୍ତା ଉପରେ ପଡିଯିବାରୁ ରାସ୍ତାରେ ଯାଉଥିବା ତିନୋଟି ଗାଡି କ୍ଷତିଗ୍ରସ୍ତ ହୋଇଛି, ଘଟଣା ପରେ ଜାତୀୟ ରାଜପଥ ’26 ‘ରେ ଯାତାୟତ ବାଧା ପ୍ରାପ୍ତ ହୋଇଯାଇଥିଲା,ଖବର ପାଇ ଜୁନାଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମ ଚାରି ଘଟଣା ସ୍ଥଳରେ ପହଂଚି ଛନ୍ତି,ପଡିଯାଇଥିବା ତୋରଣ କୁ ହଟାଇବା ଓ ଯାତାୟତ ସ୍ୱାଭାବିକ କରିବା ଦିଗରେ ପଦକ୍ଷେବ ନୀଆଯାଉଛି,ତେବେ ଏହିଘାଟଣାରେ କେହି ଆହତ ହୋଉଛନ୍ତି କି ନାହିଁ, ସେ ନେଇ କୋଣସି ସ୍ପଷ୍ଟ ସୂଚନା ମିଳିନାହିଁ, ବନ୍ୟା ଜନିତ ପ୍ରତିକୂଳ ପାଗକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।

Leave a Reply

Your email address will not be published. Required fields are marked *