*”ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ”*
ଯାଜପୁର ତା ୦୬/୧୦ ରିଖ। ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷ୍ୟତାରେ ସରକାରୀ ବାଳିକା ବିଦ୍ୟାଳୟ ଯାଜପୁର ଟାଉନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ “ବିଶ୍ୱରେ ଶାନ୍ତି ସମ୍ଭବ କି ? ” ଶୀର୍ଷକ ଆଲୋଚନା ଚକ୍ରକୁ ଯାଜପୁରର ସାଂସଦ ଡ଼କ୍ଟର ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ ମୂଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱ ଶାନ୍ତି ସମ୍ଭବ ଓ ଅସମ୍ଭବ ଉଭୟ ସପକ୍ଷରେ ଯୁକ୍ତି ବାଢି ଥିଲେ। ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡା ବିଶ୍ଵ ଶାନ୍ତି ଓ ଅଶାନ୍ତିର କାରଣ ଓ ନିରାକରଣ ଉପରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ l ସଂମ୍ମାନିତ ଅତିଥି ଭାବେ ପ୍ରଫେସର ରବି ରାୟ ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନର ଆଭିମୁଖ୍ୟ ଓ ଡାକ୍ତର ରାଜ କିଶୋର ପଣ୍ଡାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ l ଉକ୍ତ ଆଲୋଚନା ଚକ୍ରରେ ସମାଜସେବୀ ପଦ୍ମାକର ଗୁରୁ ନିର୍ଦ୍ଧା ରିତ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସ୍ୱାଗତ ସଂଗୀତ ଓ ସ୍ୱାଗତ ନୃତ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା l ସମାଜସେବୀ ସତ୍ୟରଞ୍ଜନ କର ଅତିଥି ପରିଚୟଦେଥିବା ବେଳେ ସ୍ୱାଗତ ଅଭିଭାଷଣ ଦାମୋଦର ବେହେରା ଦେଇଥିଲେ l ଏହି ଅବସରରେ ସମାଜସେବୀ ସତ୍ୟରଞ୍ଜନଙ୍କ ଲିଖିତ ” ସମାଜର ଆଇନା” ଗପ ବହି ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚନ କରାଯାଇଥିଲା l ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନର ପିସ ଆୱାର୍ଡ -୨୦୨୬ ରମାକାନ୍ତ ମଣ୍ଡଳଙ୍କୁ ଦିଆଯାଇଥିଲା ବେଳେ ସେ ଅନୁଷ୍ଠାନ ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ l ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତାରେ ବିଜେତା ଛାତ୍ର ଛାତ୍ରୀମାନଙ୍କୁ ପ୍ରତିଭା ସମ୍ମାନରେ ସଂମ୍ମାନିତ କରାଯାଇଥିଲା

ବେଳେ ବାଳିକା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରି ନିଜର ମୂଲ୍ୟବାନ ମତ ରଖି ଥିଲେ। ଗିରୀଶ ବିହାରୀ ମିଶ୍ର ଧନ୍ୟବାଦ ଦେଇଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷ୍ୟୟତ୍ରୀ ଓ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରଫେସର ଉଦୟନାଥ ପରିଡା, ତରୁଣ ନନ୍ଦ, ନାରାୟଣ ଚନ୍ଦ୍ର ଚୌଧୁରୀ, କାମେଶ୍ୱର ପଣ୍ଡା, ଅମ୍ବିକା ସାମଲ, ଗୁରୁକୃଷ୍ଣ ଦାଶ, ପ୍ରଭାସ ଦାସ, ପୃଥ୍ୱୀରାଜ ଦାସ, ପୁଷ୍ପାଞ୍ଜଳି ମହାରଣା, ଗୟାଧର ପରିଛା, ସନ୍ତୋଷ ଦାସଙ୍କ ସହ ଯାଜପୁର ଜିଲ୍ଲାର ବହୁ ବୁଦ୍ଧିଜୀବୀ, ଛାତ୍ର, ଯୁବକ ଓ ମହିଳା ଉକ୍ତ ଆଲୋଚନା ଚକ୍ରରେ ଭାଗ ନେଇ ଫାଉଣ୍ଡେସନର କାର୍ଯ୍ୟକ୍ରମ ଓ ଡାକ୍ତର ପଣ୍ଡାଙ୍କ ଜନ୍ମଦିନର ଶୁଭେଚ୍ଛା ସହିତ ତାଙ୍କ ଜୀବନୀକୁ ଉଚ୍ଚ ପ୍ରଶଂସା କରିଥିଲେ l ଜୀବନ କୁମାର ପଣ୍ଡା, ରମେଶ ମହାରଣା, ପ୍ରକାଶ ସାମନ୍ତ, ଦୁର୍ଗା ସେଠୀ, ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଚକ୍ରରେ ସହଯୋଗ କରିଥିଲେ l

