Spread the love

ଜିଲ୍ଲାପାଳଙ୍କ ତାଳଚେର ପୌରାଞ୍ଚଳ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

-ପ୍ରକଳ୍ପଗୁଡ଼ିକର ଆବଶ୍ୟକତା ଭିତ୍ତିକ ସୁବ୍ୟବସ୍ଥିତକରଣ ଓ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

-ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା ଏବଂ ନିର୍ମାଣଜନିତ ଆବର୍ଜନା ତୁରନ୍ତ ସଫା ପାଇଁ ପରାମର୍ଶ

ଅନୁଗୋଳ, ୨୧.୧୧ : ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ଆଜି ତାଳଚେର ପୌରାଞ୍ଚଳ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ତଦାରଖ କରିଛନ୍ତି। ଏହି ଗସ୍ତ ସମୟରେ ତାଙ୍କ ସହ ତାଳଚେର ଉପ-ଜିଲ୍ଲାପାଳ ତଥା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ବାସ୍ତବ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକର ସଠିକ୍ ଭାବରେ ଅନୁଧ୍ୟାନ କରି ଆବଶ୍ୟକତା ଭିତ୍ତିକ ପୁନର୍ବିନ୍ୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସହରରେ ଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ସଠିକ୍ ଡ୍ରେନେଜ୍ ଭିତ୍ତିଭୂମି ନିର୍ମାଣ ସହ ନିର୍ମାଣ ଓ ଭଙ୍ଗାରୁଜା ଜନିତ ଆବର୍ଜନା ଗୁଡ଼ିକୁ ଠିକ୍ ସମୟରେ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *