Spread the love

*ଜିଲ୍ଲା ସ୍ତରୀୟ ଜାତୀୟ ଜନଜାତୀୟ ଗୌରବ ଦିବସ ପାଳିତ*

ପାଳଲହଡ଼ା, ୧୫.୧୧: ପାଳଲହଡ଼ା ଷ୍ଟାଡିୟମଠାରେ ଆଜି ଜିଲ୍ଲା ସ୍ତରୀୟ ଜାତୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ଦାସ, ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ,ଅନୁଗୋଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଅଧ୍ୟକ୍ଷ ଶ୍ରୀ ବଶିଷ୍ଠ ନାଏକ, ଉପାଧ୍ୟକ୍ଷା କୁମାରୀ ସୁରୁମୁଣି ଚାତର, ବିର୍ସା ବିକାଶ ସମିତି ସଭାପତି ଶ୍ରୀ ଈଶ୍ୱର ପିଙ୍ଗୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନିଶାନ ମିଶ୍ର, ପାଳଲହଡ଼ା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମା ଦେହୁରୀ, ଅନୁଗୋଳ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁପ୍ରଭା ସେଠୀ, ପାଲଲହଡ଼ା ଅତିରିକ୍ତ ତହସିଲଦାର ଶ୍ରୀ ମଦନ ମୋହନ ଜେନା ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ତନ୍ମୟ କୁମାର ସାହୁ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏକ ଶୋଭାଯାତ୍ରା ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଜନଜାତି ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ମହାରାଷ୍ଟ୍ରର ଗଡ଼ଚିରୋଲିରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ। ନିଜ ଅଭିଭାଷଣରେ ମାନ୍ୟବର ପାଲଲହଡ଼ା ବିଧାୟକ ପାଳଲହଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ପିଏମ୍-ଜନମନ୍ ଯୋଜନାରେ ଗତ ୨ ବର୍ଷ ୫ ମାସ ମଧ୍ୟରେ ୭୪୨ଟି ଆବାସ ସମ୍ପୂର୍ଣ୍ଣ ହୋଇଛି ବୋଲି କହିଥିଲେ। ଏହାସହ ମଧୁବାବୁ ପେନ୍‌ସନ୍ ଯୋଜନା (ଏମ୍‌ବିପିଏସ୍) ଅନ୍ତର୍ଗତ ନୂତନ ଭାବେ ମଞ୍ଜୁର ହୋଇଥିବା ୧୧୬୮ ଜଣ ହିତାଧିକାରୀଙ୍କୁ ପେନ୍‌ସନ୍ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ମାଇକେଲ ଜୋଜୋଙ୍କ ଦ୍ୱାରା ମୋଟ ୫୫ ଜଣ ହିତାଧିକାରୀଙ୍କୁ ୧୯,୧୪,୨୦୦ ଟଙ୍କାର ସହାୟତା ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା ସହାୟତା ବାବଦରେ ୩୪ ଜଣଙ୍କୁ ୬,୭୪,୨୦୦ ଟଙ୍କା, ବିବାହ ସହାୟତା ବାବଦରେ ୧୪ ଜଣଙ୍କୁ ୭,୦୦,୦୦୦ ଟଙ୍କା, ପ୍ରସୂତି ସହାୟତା ବାବଦରେ ୩ ଜଣଙ୍କୁ ୩୦,୦୦୦ ଟଙ୍କା, ମୃତ୍ୟୁ ସହାୟତା ବାବଦରେ ୨ ଜଣଙ୍କୁ ୫,୦୦,୦୦୦ ଟଙ୍କା ଏବଂ ଅନ୍ତ୍ୟେଷ୍ଟି ସହାୟତା ବାବଦରେ ୨ ଜଣଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହାସହ ୨୫ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ଶ୍ରମିକ ପଞ୍ଜୀକରଣ କାର୍ଡ ଏବଂ ୧୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପଞ୍ଜୀକରଣ କାର୍ଡ ବଣ୍ଟନ କରାଯାଇଥିଲା। ଏହାସହ ୧୫ ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପଟ୍ଟା ମଧ୍ୟ ବଣ୍ଟନ କରାଯାଇଥିଲା। ଶେଷରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁପ୍ରଭା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *