Spread the love

*ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳରେ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମର ଶୁଭାରମ୍ଭ*
– ଢେଙ୍କାନାଳ ସଦର ଓ ଭୁବନ ବ୍ଲକ୍‌ରେ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ପାଇଁ ମିଳିବ ପୁଷ୍ଟିକର ଖାଦ୍ୟ କିଟ୍
*ଢେଙ୍କାନାଳ, ୫.୧୧.୨୦୨୬:* ଜାତୀୟ ଯକ୍ଷ୍ମା ମୁକ୍ତ ସଚେତନତା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ସହଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡିଓ) ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମିଳା ବରାଳ, ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।


ଜାତୀୟ ଯକ୍ଷ୍ମାମୁକ୍ତ ଅଭିଯାନ ପ୍ରତି ନିଜର ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ‘ନିକ୍ଷୟ ମିତ୍ର’ ଭାବେ ଆଗେଇ ଆସିଛି। ଏହି ଯୋଜନା ଅଧୀନରେ ଚଳିତ ବର୍ଷ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଢେଙ୍କାନାଳ ଜିଲ୍ଲାର ସଦର ଏବଂ ଭୁବନ ବ୍ଲକକୁ ପୋଷ୍ୟ ବ୍ଲକ ଭାବେ ଗ୍ରହଣ କରିବା ସହ ସେଠାକାର ଯକ୍ଷ୍ମା ରୋଗୀଙ୍କ ସେବା ଓ ପୁଷ୍ଟିକର ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିଛି। ଏହାଦ୍ୱାରା ରୋଗୀମାନେ ନିୟମିତ ଔଷଧ ସେବନ କରିବାକୁ ପ୍ରୋତ୍ସାହିତ ହେବେ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଟାଟା ଷ୍ଟିଲ ମେରାମଣ୍ଡଳୀ ହେଡ୍ କର୍ପୋରେଟ ରିଲେସନ ଆଣ୍ଡ ରେଗୁଲେଟୋରୀ ଆପ୍ଲିଆନ୍ସ ନୃସିଂହ ଚରଣ ମହାପାତ୍ର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ କୁମାର ସୌରଭ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କିଛି ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯାଇଥିଲା। ‘ଟିବି-ମୁକ୍ତ ଭାରତ’ ଗଠନ ଦିଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏବଂ ସାମାଜିକ ଦାୟିତ୍ୱବୋଧର ଏକ ଉଦାହରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

You missed