ଟ୍ରକ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର..!
ଜୁନାଗଡ଼.. 12/11/26/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ )ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ପାଖରେ ଏକ ମାଲ ବୋଝେଇ ଟ୍ରକ OD k 0604.ଅନୁଗୁଳ ରୁ ଯଏପୁର ଯାଉ ଥିବାବେଳେ ହଟାତ ଗାଡିଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ବଡ ଗଛ ଉପରେ ଧକା ଦେଇଥିଲା, ଫଳରେ ଗ ଛ ଭାଙ୍ଗି ଯାଇ ଗାଡି ଉପରେ ପଡିଯାଇଥିବାରୁ, ଗାଡିଟି ଚୁରମାର ହୋଇଯାଇଛି,ଗାଁ ଲୋକ ଦେଖି ଦୌଡ଼ି ଆସି ଡ୍ରାଇଭର ଓ ହେଲ୍ପର କୁ ଗାଡ଼ିରୁ ଉଦ୍ଧାର କରିଛନ୍ତି, ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ରହିଥିବା ଲୋକେ କହିଛନ୍ତି, କିନ୍ତୁ ଗାଡିଟି ଆଗପଟ ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ଡ୍ରାଇଭର ଓ ହେଲ୍ପର କେମିତି ସୁରକ୍ଷିତ ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଦେଖାଦେଇଛି, ଗାଁ ଲୋକ ଗଛ କାଟି ରାସ୍ତା ରେ ଗାଡିଯିବା ଆସିବାରେ ସାହାଯ୍ୟ କରିଥିବା ଦେଖାଦେଇଛି, ଏହି ଦୁର୍ଘଟଣା କେମିତି ହେଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ,ସେଥିପାଇଁ ଗଣମାଧ୍ୟମ ତରଫରୁ ନିବେଦନ କରାଯାଉଛି,ଗାଡି ଧୀରାଚଳାନ୍ତୁ ସୁରକ୍ଷିତ ରୁହନ୍ତୁ, ଜୀବନ ବଞ୍ଚାନ୍ତୁ!
