Spread the love

ଡିସେମ୍ବର ପ୍ରଥମ ସପ୍ତାହରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳରୋକ ଆନ୍ଦୋଳନ
କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡା ପ୍ରସଙ୍ଗ
ତାଳଚେର, ୧୨/୧୧ ତାଳଚେର ଅଂଚଳର ବିଭିନ୍ନ କୋଇଲା ଖଣି ଓ କୋଲ୍ ୱାସେରୀ ଗୁଡିକରୁ ରେଳ ଯୋଗେ କୋଇଲା ପରିବହନ ହେଉଛି । କୋଇଲା ବୋଝେଇ ରେଳ ୱାଗନ ଗୁଡିକରେ ପାଲ ଭିଡି ଯାତାୟତ କରିବାକୁ ଭାରତ ସରକାରଙ୍କର ନିୟମ ମଧ୍ୟ ରହିଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ମଧ୍ୟ ପାଲ ଭିଡି କୋଇଲା ବୋଝେଇ ରେଳ ୱାଗନ ଗୁଡିକରେ କୋଇଲା ପରିବହନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଇତି ମଧ୍ୟରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା କୋଇଲା ପରିବହନ କରୁଥିବା ରେଳ ୱାଗନରେ ପାଲ ଭିଡି ଯାତାୟତ କରିବାକୁ ଏମ୍.ସି.ଏଲ୍. କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏମସିଏଲ୍ କିଛି ପଦକ୍ଷେପ ନନିଅନ୍ତି ତେବେ ଏନଜିଟି ର ନିର୍ଦ୍ଦେଶ ଅନୁସାରେ ନଭେମ୍ବର ଶେଷ ସୁଦ୍ଧା କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡା ନକରାଗଲେ ଡିସେମ୍ବର ପ୍ରଥମ ସପ୍ତାହରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ୍ ସଭାପତି ରାଜ କିଶୋର ସାହୁଙ୍କ ନେତୃତ୍ୱରେ ପ୍ରଗତି ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ଆଇଏନଟିୟୁସି ର ମିଳିତ ସହଯୋଗରେ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏ ନେଇ ଶ୍ରୀ ସାହୁ ଲିଖିତ ଭାବେ ଜଣାଇଛନ୍ତି ଯେ, ବାରମ୍ବାର ଦୀର୍ଘ ଦିନ ଧରି ଜିଲ୍ଲା ପ୍ରଶାସନ, ଏମସିଏଲ୍ ଓ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଏନେଇ ଦାବୀ ଜଣାଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟ ନହେବାରୁ ବାଧ୍ୟ ହୋଇ ଏନଜିଟି ର ଦ୍ୱାରସ୍ଥ ହୋଇଥିଲେ ଏବଂ ସେ ନିର୍ଦ୍ଦେଶକ ମଧ୍ୟ ଦେଇଥିଲେ । ଏନେଇ ଆଜି ଘଂଟପଡା ସ୍ଥିତ କାଳୀ ମନ୍ଦିର ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଆସି ସାଇ ମନ୍ଦିର ଠାରେ ଏକତ୍ର ହୋଇଥିଲେ । ସେଠାରୁ ଶୋଭାଯାତ୍ରାରେ ହାଟତୋଟା ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆଜିର ଏହି ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ ବେଳେ ଜିଲ୍ଲା ଆଇଏନଟିୟୁସି ସଭାପତି ଦିଗାମ୍ବର ଗଡନାୟକ, କୀର୍ତି ରଞ୍ଜନ ବିଶୋଇ, ବିମଳ ବେହେରା, ସତ୍ୟବ୍ରତ ମହାନ୍ତି, ବେଡା କାଞ୍ଜି, ଅଲେଖ ଦେହୁରୀ, ସହଦେବ ସାହୁ, ଅନିଲ କୁମାର ସାହୁ, ଅଶୋକ ବେହେରା, ପ୍ରଶାନ୍ତ ବିଶ୍ୱାଳ, ପ୍ରଗତି ଅନୁଷ୍ଠାନର ଉପସଭାପତି ରମେଶ ସାହୁ, ଲିଟନ ମୁଦୁଲି, ମଦନମୋହନ ସାହୁ, ବାଉରୀବନ୍ଧୁ ପ୍ରଧାନଙ୍କ ସମେତ ଶତାଧିକ ଠିକା ଶ୍ରମିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *