ଢେଙ୍କାନାଳ-ବଣସିଂହ ରାସ୍ତା ମରାମତି ସହିତ ବଣସିଂହ-ଯୋରନ୍ଦା ରାସ୍ତା ମରାମତି ପାଇଁ ଦାବୀ
ଢେଙ୍କାନାଳ, ୩/୧୦: ଢେଙ୍କାନାଳ-ବଣସିଂହ ରାସ୍ତା ମରାମତି ସହିତ ବଣସିଂହ-ଯୋରନ୍ଦା ରାସ୍ତା ମରାମତି ପାଇଁ ବି.କେ.ଏମ୍.ୟୁ. ଜିଲ୍ଲା ପରିଷଦ ପକ୍ଷରୁ ସଂପାଦକ ରବିରଥ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଜିଲ୍ଲା କାର୍ଯ୍ୟାଳୟରେ ଥିବା ସଂପର୍କରେ ପ୍ରଦାନ କରିଛନ୍ତି। ଏହି ରାସ୍ତାଟି ଢେଙ୍କାନାଳ ଠାରୁ ସିମିଳିଆ, କାଙ୍କଡପାଳ, ତିଳପଦା, ବରହତାମାନଙ୍କରେ ରାସ୍ତା ଠାଏଁ ଠାଏଁ ଖରାପ ହୋଇଯାଇଅଛି । ଏହାକୁ ତଦନ୍ତ କରି ମରାମତି କରିବାର ଆବଶ୍ୟକତା ରହିଛି । ସେହିପରି ରଘୁନାଥପୁର ଠାରେ ଥିବା ହୁଡାକୁ ହମ୍ରେ ପରିଣତ କରିବା ଜରୁରୀ ହୋଇ ପଡିଛି । ଏହି ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ରହିଅଛି । ତେଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ପୂର୍ତ ବିଭାଗକୁ ଆଦେଶ ଦେବା ପାଇଁ ଶ୍ରୀ ରଥ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।
