ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ପୋଲିସ ଅଫିସରଙ୍କର ସାଧାରଣ ବୈଠକ
ଆଜି ତା 04.10.2026 ରିଖ ଦିନ ଏଗାରଟା ଠାରୁ ଏକଟା ପର୍ଯ୍ୟନ୍ତ ଶ୍ୟାମା ଚରଣପୁର ସେୟାର ଏନଜିଓ ଢେଙ୍କାନାଳ ଠାରେ ଢେଙ୍କାନାଳ ଜିଲ୍ଲା ର ଅବସର ପ୍ରାପ୍ତ
ପୋଲିସ ଅଫିସର ମାନଙ୍କର ସଭା ଅନୁଷ୍ଠିତ ହୋଇ ଯାଇଛି. ଏହି ସଭାକୁ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷ୍ୟତା କରିଥିଲେ. ସଭାରେ ତିରିଶ ଜଣ ସଭ୍ୟ ଯୋଗଦାନ କରିଥିଲେ. ସଭାର ପ୍ରାରମ୍ଭରେ ସଭାପତି ସ୍ୱାଗତ ଭାଷଣ ରେ ସବୁ ସଭ୍ୟ ମାନଙ୍କୁ ସମ୍ବୋଧନା ଦେଇ ଆଗକୁ ଅଧିକ ସଭ୍ୟ ମାନଙ୍କ ଉପସ୍ଥିତ କାମନା କରିଥିଲେ. ଆସନ୍ତା ସଭାରେ ଅଧିକ ଉପସ୍ଥାନ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ନୂତନ SP ଙ୍କୁ ଓ ରାଜ୍ୟ ସଙ୍ଘ ର କର୍ମକର୍ତ୍ତା ମାନଙ୍କୁ ନିମନ୍ତ୍ରଣ କରି ତାଙ୍କର ଉପଦେଶଗ୍ରହଣ କରିବା.ପ୍ରତ୍ୟେକ ସଭ୍ୟ ନିଜ ନିଜ ମନ୍ତବ୍ୟ ଦେଇ ସଙ୍ଘ ଉନ୍ନତି ପାଇଁ କାମ୍ୟ କରିଥିଲେ. ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର କାର୍ଯ୍ୟ କାରି ସଭାପତି ଓ ଶ୍ରୀ ଗୋବର୍ଦ୍ଧନ ସାହୁକାର୍ଯ୍ୟ କାରି ସଭାପତି , ଶ୍ରୀ ଇନ୍ଦ୍ରମଣି ବେହେରା ଉପଦେଷ୍ଟା ସଭାର ଉଦ୍ଦେଶ୍ୟ ଓ ଭବିଷ୍ୟତ ଓ କର୍ମ ପନ୍ଥା ଉପରେ ଆଲୋକପାତ କରିଥିଲେ. ଶ୍ରୀ ଅରୁଣ କୁମାର ପଣ୍ଡାଙ୍କୁ ଆଜି ସର୍ବ ସମ୍ମତି କ୍ରମେ ଯୁଗ୍ମ ସମ୍ପାଦକ ରୂପେ ମନୋନୀତ ହେଲେ. ଶ୍ରୀ ପଣ୍ଡା ତାଙ୍କ ସ୍ୱାଗତ ଭାଷଣରେ ସଙ୍ଘର ବିଧିବଦ୍ଧ ଉନ୍ନତି କାମନା କରିଥିଲେ ଓ ତାଙ୍କର ସର୍ବ ଶ୍ରେଷ୍ଠ ପ୍ରଚେଷ୍ଟା ରହିବ ବୋଲି ଉଲ୍ଲେଖ କରିଥିଲେ. ଶେଷରେ ସଭାପତି ଶ୍ରୀ ଅକ୍ଷୟ କୁମାର ସାହୁ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ.
