ତାଳଚେର କୋଇଲା ଖଣିକ୍ଷେତ୍ରର ୪୧ତମ ଥଇଥାନ ଓ ପୁନର୍ବାସ ଅଭିଯୋଗ ଶୁଣାଣୀ ବୈଠକ
ମୌଳିକ ସୁବିଧା ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ତାଳଚେର, ୧୩/୧୧ କୋଇଲା ଖଣି ଅନ୍ତର୍ଗତ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରର ବିଭିନ୍ନ ସମସ୍ୟାକୁ ନେଇ ପୁନର୍ବାସ ଓ ଥଇଥାନ ଶୁଣାଣୀ ବୈଠକ ଉପଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଭାବିତ ଅଂଚଳର ବିଭିନ୍ନ ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ମୁଖ୍ୟତଃ କ୍ଷତିପୂରଣ, ମୌଳିକ ଭିତିଭୂମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଭିନ୍ନ ଖଣି ଦ୍ୱାରା ପ୍ରଭାବିତ ସେମାନଙ୍କର ଦାବି ସମସ୍ୟା ଉପଜିଲ୍ଳାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହାକୁ ବିଚରାକୁ ନେଇ ଉପଜିଲ୍ଳାପାଳ କର୍ତୁପକ୍ଷ ଏବଂ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକୃତ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଂଚିତ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଠି ଦେବାକୁ ଅନୁରୋଧ କରିଥିଲେ । ଉକ୍ତ ବୈଠକରେ ଏମସିଏଲ ଅଧିକାରୀ, ରାଜସ୍ୱବିଭାଗର ଅଧିକାରୀ ଏବଂ ବିଭିନ୍ନ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ବୋଲି ଉପଜିଲ୍ଳାପାଳଙ୍କ ପକ୍ଷରୁ ସୂଚନା ପ୍ରଦାନ କର।।ଇଛି ।
