*ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଗୋଳକୁ ଜଳ ଯୋଗାଣ ପାଇଁ ପମ୍ପ ହାଉସ ନିର୍ମାଣ କୁ ତୀବ୍ର ବିରୋଧ*
*ଜଗନ୍ନାଥ ମନ୍ଦିର ସମ୍ମୁଖରେ ପମ୍ପ ହାଉସ ନିର୍ମାଣ ରୁ କ୍ଷାନ୍ତ ରୁହନ୍ତୁ ପ୍ରଶାସନ- ପର୍ଶୁରାମ ବାରିକ*
ତାଳଚେର :ତା 13/11/2026: ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଗନ୍ନାଥ ତୁଠ ଠାରେ ଅନୁଗୋଳ ଓ ବନରପାଳ ବ୍ଲକ ଜଳ ଯୋଗାଣ ପାଇଁ ମେଗା ପମ୍ପ ହାଉସ ନିର୍ମାଣ ହେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି |ଏହାକୁ ଜଗନ୍ନାଥ ପ୍ରେମୀ ତଥା ତାଳଚେର ସହର ର ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି |ଉକ୍ତ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଠିକା ସଂସ୍ଥା କିଛି କୁଜି ନେତା ଙ୍କୁ ପ୍ରଲୋଭନ ଦେଖାଇ ଉକ୍ତ ସ୍ଥାନରେ ପମ୍ପ ହାଉସ ନିର୍ମାଣ କରିବାକୁ ମସୁଧା ଚଲାଇ ଜୋର ଜବରଦସ୍ତ ପ୍ରଶାସନ ସହାୟତା ରେ କାର୍ଯ୍ୟ କରିବାକୁ ଲାଗିଛି |
ଏହା ଜଣାପଡିବା ପରେ ସ୍ଥାନୀୟ ଜନସାଧାରଣ ଲିଖିତ ଭାବେ ଜିଲ୍ଲାପାଳ ଙ୍କୁ ଉକ୍ତ ସ୍ଥାନରେ ପମ୍ପ ହାଉସ ନ କରାଇବା ପାଇଁ ଜଣାଇଛନ୍ତି |
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ପ୍ରଶାସନ ର ଉକ୍ତ କାର୍ଯ୍ୟ କୁ ତୀବ୍ର ବିରୋଧ କରିଛନ୍ତି, ଜଗନ୍ନାଥ ମନ୍ଦିର ତଥା ଜଗନ୍ନାଥ ତୁଠ ରୁ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ରେ କଳସ ରେ ଜଳ ଉଠାଇ ପୂଜାର୍ଚନା କରାଯାଏ| ଜଗନ୍ନାଥ ଙ୍କର ଚାପ, ବିଭିନ୍ନ ପାରମ୍ପରିକ, ଆଧ୍ୟାତ୍ମିକ ତଥା କାର୍ତିକ ପୁର୍ଣିମା, ଛଟ ପର୍ବ, ଏଭଳି ବର୍ଷ ତମାମ କାର୍ଯ୍ୟକ୍ରମ ଉକ୍ତ ସ୍ଥାନରେ ସମ୍ପାଦିତ ହୋଇଥାଏ | ପୁନଶ୍ଚ ଉକ୍ତ ସ୍ଥାନରେ ପ୍ରତ୍ୟହ ସହସ୍ରାଧିକ ଜନ ସମାଗମ ହୁଏ, ଉକ୍ତ ସ୍ଥାନ ରେ ଜଗନ୍ନାଥ ମନ୍ଦିର, ତାଳଚେର ଜଗନ୍ନାଥ ପାର୍କ, ଲୋକଙ୍କର ଗାଧୁଆ ଜଗନ୍ନାଥ ତୁଠ, ତାଳଚେର ରାଜବାଟି ଆଦି ରହିଛି ପ୍ରତ୍ୟହ ସାଧ୍ୟରେ ସେଠି ସାହସ୍ରାଧିକ ଜନ ସମାଗମ ହୁଏ |ଉକ୍ତ ସ୍ଥାନର ଉର୍ନ୍ନତି କରଣ କରି ବ୍ରାହ୍ମଣୀ ରେ ବଟିଙ୍ଗ କରିବା ର ବ୍ୟବସ୍ଥା କରିବା ପରିବର୍ତ୍ତେ ଏଠାରେ ପମ୍ପ ହାଉସ ନିର୍ମାଣ ଏକ ବିରାଟ ବଡ଼ ଷଡଯନ୍ତ୍ର ବୋଲି ଶ୍ରୀ ବାରକ ପ୍ରକାଶ କରିଛନ୍ତି | ଉକ୍ତ ସ୍ଥାନ ଜଗନ୍ନାଥ ମନ୍ଦିର ର ବିଭିନ୍ନ ପରମ୍ପରା ସହ ଜଡିତ ପୂର୍ବରୁ ସେଠାରେ ଦୁର୍ଗା ମନ୍ଦିର ଥିଲା ବୋଲି ଦେଵତ୍ତର ମ୍ୟାନେଜର ପ୍ରକାଶ କରିଛନ୍ତି |ସମଗ୍ର ଦେଶରେ ମନ୍ଦିର ସହ ତାର ପରିସୀମା ର ଉର୍ନ୍ନତି କରଣ ଚାଲିଥିବା ବେଳେ ବର୍ତମାନ ମନ୍ଦିର ସମ୍ମୁଖ ତୁଠ କୁ ଉର୍ନ୍ନତି କରଣ କରିବା ପରିବର୍ତ୍ତେ ପମ୍ପ ହାଉସ ନିର୍ମାଣ କାହା ସ୍ୱାର୍ଥରେ ବୋଲି ଶ୍ରୀ ବାରିଜ କହିଛନ୍ତି |ଏ ମର୍ମରେ ଶ୍ରୀ ବାରିକ ଏଠାରୁ ପମ୍ପ ହାଉସ ଅନ୍ୟତ୍ର କରିବା ସହ ଉକ୍ତ ସ୍ଥାନ ର ଉର୍ନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ,ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଓ ଅନୁଗୋଳ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି |
