ତାଳଚେର ପରିବହନ କାର୍ଯ୍ୟଳୟ ପକ୍ଷରୁ ସେବା ସଂକଳ୍ପଅଭିଯାନ।।
(ଟ୍ରାଫିକ ନିୟମ ସମ୍ପର୍କିତ ସଚେତନତା)
ତାଳଚେର ୭/୧୦ ତାଳଚେର ଉପଖଣ୍ଡ ଅନ୍ତର୍ଗତ ଖମାର ଠାରେ ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ତାଳଚେର ପରିବହନ କାଯ୍ୟାଳୟ ପକ୍ଷରୁ ପରିବହନ ଅଧିକାରୀ ନିଖିଲ୍ ପଟ୍ଟନାୟଙ୍କ ଦ୍ଵାରା ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଉକ୍ତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ଉପାଦେୟ ବାର୍ତ୍ତା ପ୍ରଦାନ କରାଯାଇଥିଲା। ରାସ୍ତାରେ ଗାଡ଼ି ଚଳାଇବା ବେଳେ କେଉଁ କେଉଁ ଦିଗପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ କି ପ୍ରକାର ସତର୍କତା ଅବଲମ୍ବନ କରାଯିବା କଥା ସେଇ ବିଷୟରେ ଅଭିଜ୍ଞତା ସମ୍ପର୍ନ୍ନ ଅଧିକାରୀ ମାନେ ତାଲିମ ପ୍ରଦାନ ପୂର୍ବକ ବାର୍ତ୍ତା ପ୍ରଦାନ କରିଥିଲେ। ରାସ୍ତାର ସୁରକ୍ଷା, ଟ୍ରାଫିକ ନିୟମ ସେଫ୍ ଡ୍ରାଇଭିଂ, ସହିତ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡ଼ି ଚାଳନା ନିଷେଧ,ଓ ରୋଡ ଆକ୍ସିଡେଣ୍ଟ କୁ ଏଡ଼ାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ । ଏଵଂ ଏହି ପାରିପେଖିରେ କୁଇଜ୍ ପ୍ରତିଯୋଗିତା କରାଯାଇ ଥିଲାବେଳେ ଏଥିରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ହେଲମେଣ୍ଟ ପ୍ରଦାନ କରାଯାଇଥିଲା। ଗାଡ଼ି ଚଳାଇବା ବେଳେ ଗାଡ଼ିର ଗତି ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ମଧ୍ଯ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପରିବହନ କାର୍ଯ୍ୟଳୟ ର ବରିଷ୍ଠ ଅଧିକାରୀ କର୍ମଚାରୀ ଓ କଲେଜ ର ଛାତ୍ର ଛାତ୍ରୀ ଙ୍କ ସମେତ ଅଧକ୍ଷ, ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ମାନେ ଉପସ୍ଥିତ ଥିଲେ।

