Spread the love

ତାଳଚେର ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ତାଳଚେର ୨/୧୦ ଜାତିର ପିତା ତଥା ଭାରତ ପାଇଁ ସ୍ଵାଧୀନତା ଦେବାରେ ପ୍ରମୂଖ ଭୂମିକା ତୁଲାଇଥିବା ମହାତ୍ମା ଗାନ୍ଧୀ ଓ ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଦେଶ ସାରା ପାଳନ କରୁଥିବା ବେଳେ ତାଳଚେର ଶିଳ୍ପାଞ୍ଚଳ ରେ ମଧ୍ଯ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଏହି ଅବସରରେ ତାଳଚେର ଅମଲା ପଡ଼ା ଠାରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ପ୍ରତୀ ମୂର୍ତ୍ତୀ ଓ ଫାଷ୍ଟ ଗେଟ ରାମଚନ୍ଦ୍ର ବଜାର ଠାରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଥକ ପୁଥକ୍ ଭାବେ ଏହି ଜୟନ୍ତୀ ପାଳନ କରାଯାଉଥିବା ଦେଖିବକୁ ମିଳିଛି। ପାୟନିୟରସ କ୍ଲବ ପକ୍ଷରୁ ଅମଲା ପଡ଼ା ସରକାରୀ ଡାକ୍ତଖାନା ନିକଟରେ ପାୟନୀୟର୍ଷ କ୍ଲବ ର ଆବାହକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉପଜିଲ୍ଲାପାଳ ପ୍ରଜ୍ଞା ନନ୍ଦନ ଗିରି, ଏସ ଡି ପି ଓ ଭରତ ଚନ୍ଦ୍ର ସାହୁ, ଓ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ପୂର୍ବତନ ନଗର ପାଳ କେଶବ ଭୂତିଆ, ଟ୍ରକ ମାଲିକ ସଂଘ ସଭାପତି ଦିଲୀପ ପାଣି, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ,ରାଜୁ ସାହୁ, ପ୍ରକାଶ ମହାରଣା, ସନ୍ତୋଷ ବେହେରା, ପୂର୍ବତନ ସ୍ବତନ୍ତ୍ର ଓକିଲ ଗିରିଜା ଶଙ୍କର ମିଶ୍ର, ସମାଜ ସେବୀ ବାନମ୍ବର ଭୁତିଆ, ଶିକ୍ଷାବିତ ସଭାଗିନି ଦେବୀ, କ୍ଷୀରୋଦ ସାହୁ , ମିଡିଆ ସଂଯୋଜକ ତପନ କୁମାର ମହାରଣା, ଜିତେନ୍ଦ୍ର ମହାପାତ୍ର ଭାଗିରଥୀ ମହାପାତ୍ର ପ୍ରଫୁଲ୍ଲ ନାଏକ ଓ ସାଇନୀୟର୍ଷ କ୍ଲବ ର ସଦସ୍ୟ, କର୍ମକର୍ତା ମାନେ ଉପସ୍ଥିତ ଥିଲେ ଏବଂ ପଦଯାତ୍ରା ମାଧ୍ୟମରେ ତାଳଚେର ବିଧାୟକ ଉକ୍ତ ସ୍ଥାନରେ କର୍ମୀ ସମର୍ଥକ ମାନଙ୍କୁ ନେଇ ସେଠାରେ ପହଞ୍ଚି ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସେହିପରି ରାମଚନ୍ଦ୍ର ବଜାର ଠାରେ ଗାନ୍ଧୀ ସ୍ମୁତି କମିଟି ପକ୍ଷରୁ ଆୟୋଜିତ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ ଯୋଗ ଦେଇ ଗାନ୍ଧିଜୀ ଙ୍କ ତତ୍ତ୍ଵ ଉପରେ ଆଧାରିତ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ସ୍ମୁତି କମିଟି ର ଅଧକ୍ଷ ଜିତେନ୍ଦ୍ର କୁମାର ଦାସ ସଭାପତିତ୍ବ କରିଥିଲା ବେଳେ ସମାଜ ସେବୀ ବିଭୁତି ସାହୁ, ବିଜେପି ଜିଲ୍ଲା ଉପସଭାପତି ମନୋଜ ପ୍ରଧାନ, ଗଙ୍ଗାଧର ନାୟକ ସଞ୍ଜୀବ ଗଡନାୟକ ମାନସ ବାଇ ରଞ୍ଜିତ ମହାପାତ୍ର କରୁଣା ବାଇ, ଶିବ ନାଏକ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ, ନିରଞ୍ଜନ କର ଗୀତା ପାଠ କରିଥଲେ।।

Leave a Reply

Your email address will not be published. Required fields are marked *