Spread the love

ଦୁଇ ଦଫା ଦାବି ନେଇ ତେଜିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ
ଅମ୍ବାଭୋନା ୨୭/୧୧ ଅଦ୍ୟ ତା ୨୭/୧୧/୨୬ ଶୁକ୍ରବାର ଦିନ ଅମ୍ବାଭୋନା ବ୍ଲକ ର ମିଳିତ ପ୍ରାଥମିକ ଏନ୍ ପି ଏସ ଶିକ୍ଷକ ସଂଘ ର ସଭାପତି ସ୍ବାଧୀନ କୁମାର ସାହୁ ଙ୍କ ନେତୃତ୍ବରେ ଅମ୍ବାଭୋନା ବ୍ଲକ ର ମିଳିତ ପ୍ରାଥମିକ (ଏନ୍ ପି ଏସ) ଶିକ୍ଷକ ଶିକ୍ଷୟିତ୍ରୀ ଅମ୍ବାଭୋନା ବ୍ଲକ ର ଏ ବି ଇ ଓ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ ଙ୍କୁ ଦୁଇ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବାରମ୍ବାର ଆନ୍ଦୋଳନ, ଧାରଣା ଦେବା ପରେ ମଧ୍ୟ ରାଜ୍ୟ ସରକାର ଦାବି ୪୨୦୦ଗ୍ରେଡ ପେ ଓ ଛଅ ବର୍ଷ ର ମୂଳ ଚାକିରି କାଳ ଗଣନା ସହ ଛଅଟି ନୋସନାଲ ଇନ୍ କ୍ରି ମେନ୍ଟ ପ୍ରଦାନ ଦାବିକୁ ଘୋଷଣା କରୁନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ର ଡାକରା ରେ ଆସନ୍ତା ଡ଼ିସେମ୍ବର ୦୪ ତାରିଖ ରୁ ଭୁବନେଶ୍ବର ଲୋୟର ପି ଏମ୍ ଜି ଠାରେ ବିଶାଳ ଶିକ୍ଷକ ମହାସମାବେଶ କରାଯିବ। ଉକ୍ତ ମହାସମାବେଶ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଯୋଗଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ସରୋଜ କୁମାର ପଟେଲ, ରମେଶ ପଟେଲ, ଭୈରବ ପଟେଲ, ସରସ୍ବତୀ ପଟେଲ, ସୁମନ୍ତ ବାଗ, ରାହୁଲ ସେଠ୍, ପରମେଶ୍ବର ରଥ, କେଦାର ନାଏକ, ଦୁଃଖ ନାଶନ ପ୍ରଧାନ, ସନ୍ତୋଷ ମାଝୀ, ଶ୍ୟାମ ଚରଣ ନାଏକ, ଦିଲ୍ଲୀପ ଦେହେରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You missed