Spread the love

ନଲିଚୁଆଁରେ ଗିରିଗୋବଦ୍ଧନ ବୃଦ୍ଧାଶ୍ରମ ଆରମ୍ଭ

ଭଟଲି (ଅଭିମନ୍ୟୁ ପଧାନ ) :- ଭଟଲି ବ୍ଳକ ନଲିଛୁଆଁ ଠାରେ ଗିରିଗୋବଦ୍ଧନ ପୂଜା ଅବସରରେ ଗିରିଗୋବଦ୍ଧନ ବୃଦ୍ଧାଶ୍ରମ ଶୁଭାରମ୍ଭ ହୋଇଯାଇଛି। ଆଶ୍ରମ ପକ୍ଷରୁ ସଭାପତି ରମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତଥା ନରେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଲେଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋସ୍ମାରାଣୀ ଗଡ଼ତିଆ, ସମାଜସେବୀ ବିରୁପାକ୍ଷ ପଧାନ, ଫିରୋଜ ସାହୁ, ନିଷ୍ଠା ପରିବାରର ଅଶ୍ବିନୀ ତ୍ରିପାଠୀ, ବ୍ୟବସାୟୀ ବିଜୟ ଅଗ୍ରୱାଲ, ଗୋବଦ୍ଧନ ଅଗ୍ରୱାଲ, କଥାବାଚକ ସଲିଲ କୃଷ୍ଣଗୁରୁ, ଓକିଲ ସଞ୍ଜୟ ପ୍ରଧାନ, ବରିଷ୍ଠ ନାଗରିକ ସଂଘର ସଭାପତି ଜଗଦିଶ ସାହୁ, ସମ୍ପାଦକ ମୋତିଲାଲ ବନଛୋର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ। ପରେ କେଶାଇପାଲି, ପଧାନପାଲି ଓ ଖରସଲ ଗ୍ରାମର ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ପରିବେଷିତ ହୋଇଥିଲା। ଏହି ଅବସରରେ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସୁକୁଡ଼ାର ପୂର୍ବତନ ସରପଞ୍ଚ ବିରୁପାକ୍ଷ ପଧାନ ମୁଖ୍ୟଅତିଥି , ବିଶ୍ବ ବୁଦ୍ଧିଆ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଆଶ୍ରମ ପରିଚାଳନା କମିଟିର ସମ୍ପାଦକ ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ସମେତ ସୁବଳ ସାହୁ, ନରେନ୍ଦ୍ର ମାଝୀ, ତ୍ରିଲୋଚନ ବାରିକ, ଲକ୍ଷ୍ମୀଧର ସାହୁ, ମୋକ୍ଷ ସାହୁ, ଗୋକୁଳାନନ୍ଦ ପ୍ରଧାନ, ଅକ୍ଷୟ ସାହୁ, ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସହ ଯଶୋବନ୍ତୀ ପୋଢ଼, ସୁରେନ୍ଦ୍ର ଭୁଏ, ରଞ୍ଜିତ ସାହୁ, ବିକାଶ ଭୋଇ, ଅସିତ ଖମାରୀ, ଶେଷଦେବ ପଧାନ, ଭୀଷ୍ମଦେବ ସାହୁ, ପିଙ୍କୁ ପଣ୍ଡା, ଅନନ୍ତ ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *