ନାଲକୋର ବିଶ୍ଵକର୍ମା ପୂଜା ପାଇଁ ପୂର୍ବ ପ୍ରସ୍ତୁତି
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗର ଠାରେ ଚଳିତ ବର୍ଷ ବିଶ୍ଵକର୍ମା ପୂଜା ପାଇଁ ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। ଶେଷ ପର୍ଯ୍ୟାୟରେ ପହଁଚିଛି ବିଶାଳ ତୋରଣ ପ୍ରସ୍ତୁତି। ତା ସାଙ୍ଗକୁ ବିଭିନ୍ନ ଷ୍ଟଲ୍ ପାଇଁ ଚାଲିଛି ପ୍ରସ୍ତୁତି। ଅନୁଗୋଳ ଜିଲ୍ଲାରେ ବିଶ୍ଵକର୍ମା ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ନାଲକୋନଗରରେ ଏବେଠୁ ଚାଲିଛି ଗହଳି ଚହଲି। ବନ୍ଧୁ ବାନ୍ଧବ ମାନଙ୍କ ଲାଇନ୍ ଲାଗିଛି। କୋଟି କୋଟି ଟଙ୍କା ବ୍ୟୟରେ ଚାଲିବ ଏହି ବିଶ୍ଵକର୍ମା ପୂଜା। ଏଥି ସହିତ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ଓର୍ମାସ ପକ୍ଷରୁ ପଲିଶ୍ରି ମେଳା ଅନୁଷ୍ଠିତ ହେବା ପାଇଁ ପୂର୍ବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ମୁଖ୍ୟ ଅତିଥି ଭାବେ ଏହାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପୂଜା ପାଇଁ ପୂଜା ପେଣ୍ଡାଲ ଗୁଡ଼ିକ ସଜେଇ ହୋଇ ବିଶ୍ଵ ନିର୍ମାତା ପ୍ରଭୁ ବିଶ୍ଵକର୍ମାଙ୍କ ଆଗମନକୁ ସତେ ଯେପରି ଚାହିଁ ବସିଛନ୍ତି। ଏହି ପୂଜା କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ୱର ୧୭ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୪ ତାରିଖରେ ଭସାଣି ଉତ୍ସବ ହେବ ବୋଲି ଜଣା ପଡିଛି।
