Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନିଶାସକ୍ତ ପୁଅ ର କଟୁରୀ ଚୋଟ ବାପା ର ମୃତ

(ଜେ ବି ଏନ /ସୁବ୍ରତ କୁମାର) ୨୬/୦୨/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଆଜି ସନ୍ଧ୍ୟାରେ ବାପପୁଆ ମଧ୍ୟରେ ଝଗଡ଼ା ରେ ବାପା ର ମୃତ ହୋଇଛି । ନିଶାସକ୍ତ ପୁଅ ଏକ କଟୁରିରେ ବାପଙ୍କ ତଣ୍ଟି କାଟି ହତ୍ୟା କରିଛି । ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି । ସୂଚନା ମୁତାବକ ଚାଉଳିଆଖମାର ଗ୍ରାମ ବିଦ୍ୟାନଗର ସାହିର ଶିବରାମ ସାହୁ ( ୩୦ )ପିତା ଫଗୁ ସାହୁ (୫୭)ଅଧିକାଂଶ ସମୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପାଟିତୁଣ୍ଡ କରିଥାଏ । ଏଥିପାଇଁ ବାପା ଫଗୁ ତାକୁ ତାଗିଦ୍ କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗିଥାଏ । ଆଜି ଗ୍ରାମରେ ହେଉଥିବା ଅଷ୍ଟପ୍ରହରୀ ଭୋଜି ଖାଇବାକୁ ଯାଇ ଶିବରାମ ଗଣ୍ଡଗୋଳ କରିଥିଲା। ଘଟଣାକୁ ନେଇ ସନ୍ଧ୍ୟା ୫ଟାରେ ବାପା ଓ ପୁଅଙ୍କ ମଧ୍ୟରେ ପୁନର୍ବାର ଝଗଡ଼ା ହୋଇଥିଲା । ଏଥିରେ ଶିବରାମ ଉଦ୍ଧାକ୍ତ ହୋଇ ଘରେ ଥିବା ଏକ କଟୁରି ଆଣି ବାପାଙ୍କ ବେକକୁ କାଟି ଦେଇଥିଲା । ଘଟଣାସ୍ଥଳରେ ହିଁ ଫଗୁଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଟାଉନ୍‌ ଥାନା ଅଧିକାରୀ ନମିତା ନାୟକଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରିଥିଲେ । ଆଜି ଏପରି କାଣ୍ଡ ଘଟାଇବା ପରେ ଶିବରାମଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେହୁରିଆ ପ୍ରକାଶ କରିଛନ୍ତି ।

You missed