Spread the love

### ଓଡ଼ିଶାର ବିକାଶ ଓ ଜନକଲ୍ୟାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳଙ୍କ ଆଲୋଚନା

### ନୂଆଦିଲ୍ଲୀରେ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ବ୍ରଜମୋହନ ରାମ

ଭୁବନେଶ୍ୱର/ନୂଆଦିଲ୍ଲୀ, ୨ ନଭେମ୍ବର: ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣକୁ ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ବ୍ରଜମୋହନ ରାମ। ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ବିକାଶମୂଳକ ପ୍ରସଙ୍ଗ ଏବଂ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ରାଜ୍ୟପାଳ ସୂଚନା ଦେଇଛନ୍ତି।

ଏହି ସୌଜନ୍ୟମୂଳକ ସାକ୍ଷାତକୁ ନେଇ ରାଜ୍ୟପାଳ ଡ. ରାମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସାକ୍ଷାତକାଳୀନ ଆଲୋଚନାରେ ଓଡ଼ିଶାର ଉନ୍ନତି, ବିକାଶର ବିଭିନ୍ନ ଦିଗ ଏବଂ ରାଜ୍ୟବାସୀଙ୍କ ହିତ ସାଧନ ସମ୍ପର୍କିତ ବିଷୟଗୁଡ଼ିକ ସ୍ଥାନ ପାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ଓ ଆଲୋଚନା ଓଡ଼ିଶାର ବିକାଶ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାର ଏକ ସୁଯୋଗ ଭାବେ ଗୁରୁତ୍ୱ ବହନ କରୁଛି।

ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସାକ୍ଷାତ ସମ୍ପର୍କରେ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ଯପାଳ।

Leave a Reply

Your email address will not be published. Required fields are marked *

You missed