Spread the love

ନୟାପଲ୍ଲୀରେ ପୋଲିସ-ଅଭିଯୁକ୍ତ ଗୁଳିବିନିମୟ, ଗୋଡ଼ରେ ଗୁଳି ବାଜି ଆହତ ଅଭିଯୁକ୍ତ

ଭୁବନେଶ୍ୱର: ଯୁବତୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଚାଲିଥିବା ବେଳେ ନୟାପଲ୍ଲୀ ଅଞ୍ଚଳରେ ପୋଲିସ ସହ ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ପୋଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯିବାରୁ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ରହିଛି।

ଗୁଳିବିଦ୍ଧ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *