ମାଂ ଲଙ୍କେଶ୍ୱରୀ ଙ୍କ ଖଣ୍ଡା ବସା ଯାତ୍ରା ଧୁମ ଧାମ ରେ ପାଳିତ ହୋଇଯାଇଛି,.
ଜୁନାଗଡ଼, 3/10/(ବାଲେଶ୍ୱର ସୁନାନୀଜାଗ୍ରତ ଭାରତ )ଜୁନାଗଡ଼ କଳାହାଣ୍ଡି ର ପୁରାତନ ଗଡ଼, ଏହି ଗଡ଼ରେ ପ୍ରଥମେ କଳାହାଣ୍ଡି ରାଜା ରହିଆସୁଥିଲେ, ଓ ମାଂ ଙ୍କ ପୂଜାର୍ଚନା କରି ପ୍ରଜା ଙ୍କ ମଙ୍ଗଳ କାମନା କରୁଥିଲେ, ସେହି ଗଡ଼ ର ଅଧିଷ୍ଠାତ୍ରୀ ଦେବି ମାଂ ଲଙ୍କେଶ୍ୱରୀ ଙ୍କ ପୁରାତନ ଗଡ଼, ଜେନାମାଟିର ଗଡ଼, ଛକୋଡ଼ି ତୋଟା ନକୋଡ଼ି ବନ୍ଧର ଗଡ଼ ଜୁନାଗଡ଼, ଅଧିଷ୍ଠାତ୍ରୀ ଦେବି ମାଂ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡା ବସା ଯାତ୍ରା ଧୁମ ଧାମ ରେ ପାଳିତ ହୋଇଯାଇଛି, ଏହିଯାତ୍ରାରେ ଶଙ୍ଖ, ଘଣ୍ଟ, ଘୁମୁରା ବାଜା ର ତାଳେ ତାଳେ ଦୋହଲି ଲଗେଇ, ଭକ୍ତଙ୍କୁ ଦର୍ଶନ ଦେଇ ମାଂ ଙ୍କ ଖଣ୍ଡା ଜେନାଖାଲ କୁ ଯାଇଥାଏ, ମାଂ ଙ୍କ ଦର୍ଶନପାଇଁ କଳାହାଣ୍ଡି ର କୋଣ ଅନୁକୋଣରୁ ହଜାର ଭକ୍ତମାଂଙ୍କ ସମାଗମ ଆସିଥିବାବେଳେ ଛତିଶଗଡ ରୁ ମଧ୍ୟ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ସମାଗମ ଦେଖିବାକୁ ମିଳିଥିଲା,ମାନସିକ ପାଇଁ ଲୋକେ ଆସିଥାନ୍ତି, ଏହି ଖଣ୍ଡା ବସା ଯାତ୍ରା ଜୁନାଗଡ଼ ର ବହୁତ ବଡ଼ ପରମ୍ପରା,ଏହି ଖଣ୍ଡବସା ରେ ପୋଡ଼ ବଳିମଧ୍ୟ ଦିଆଯାଇଥାଏ,ତେଣୁ ଏହି ପର୍ବ ଆମ ଜୁନାଗଡ଼ ଅଞ୍ଚଳ ବହୁତ ବଡ଼ ପର୍ବ,କଳାହାଣ୍ଡି ରାଜାଙ୍କର ଅଧିଷ୍ଠାତ୍ରୀ ଦେବି, ଜୁନାଗଡ଼ ଅଞ୍ଚଳ ର ପ୍ରତିଷ୍ଠିତ ଦେବି ମାଂ ଲଙ୍କେଶ୍ୱରୀ,ମାଂ ଙ୍କ ଖଣ୍ଡା ବସା ଯାତ୍ରାରେ କଳାହାଣ୍ଡି ମହାରାଜ ଶ୍ରୀ ଶ୍ରୀ ଅନନ୍ତ ପ୍ରତାପ ଦେଓ, ମାଂ ଲଙ୍କେଶ୍ୱରୀ ଙ୍କୁ ଆବାହନ କରି ଜନତାଙ୍କ ମଙ୍ଗଳ ପାଇଁ ପୂଜାର୍ଚନା କରିଥାନ୍ତି,ଏବଂ ଫୂଟ ବଳ ଖେଳ ଦର୍ଶକଙ୍କ ମନକୁ ଛୁଇ ଯାଇଥିଲା,
