ପଣ୍ଡକୁଲ ଫରଙ୍ଗ ଆରଡି ରାସ୍ତା ବିପଦ ସମ୍ମୁଖୀନ କୁ ନେଇ ସାଂସଦ ମାଳବିକା ଙ୍କ ଅପେକ୍ଷାରେ ଥିବା ବେଳେ ଅନ୍ୟ ରାସ୍ତା ଦେଇ ଚାଲି ଗଲେ ବୋଲି ଗ୍ରାମ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି,

ଗୋଲାମୁଣ୍ଡା/୧୨/୧୧/୨୬/କଳାହାଣ୍ଡି ଜିଲ୍ଲା ଧର୍ମଗଡ ଆରଡି ବିଭାଗ ରାସ୍ତା ବିପଦ ସମ୍ମୁଖୀନ ହୋଇଛି,ପଣ୍ଡକୁଲ ରୁ କୁମ୍ଭାରୀ ଆରଡି ବିଭାଗ ରାସ୍ତା ହାରା ହାରି ପାଞ୍ଚ କିଲୋ ମିଟର ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଶକ୍ତି ଟିଭି ଓ ଅନ୍ୟ ପତ୍ର ପତ୍ରିକାରେ ଅନେକ ଥର ପ୍ରସାଶନ ଙ୍କୁ ଚେତବନୀ ଦେଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ବୋଲି କୁମ୍ଭାରୀ ଗ୍ରାମ ବାସୀ ପ୍ରକାଶ କରିଛନ୍ତି, ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସାଂସଦ ମାଳବିକା ଦେବୀ ପଣ୍ଡକୁଲ୍ ଏକ ନୂତନ ପ୍ରାଥମିକ ବିଦ୍ୟାଳୟ ଗୃହ ଉଦଘାଟନ କରିବା ଖବର ପାଇ କୁମ୍ଭାରୀ ଗ୍ରାମ ବାସୀ ଅପେକ୍ଷାରେ ରହି ଥିଲେ, ହେଲେ ଦୁର୍ଭାଗ୍ୟ ଯେ ଏହି ରାସ୍ତାର ଦୂର ଅବସ୍ଥା ଜାଣି ଶୁଣି ଦଶପୁର ରାସ୍ତା ଦେଇ ଚାଲି ଯାଇ ଥିବାରୁ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି ବୋଲି ଟେମରି ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଦୁଃଖୀରାମ ସା, ଅଲେଖ ପଟେଲ, ବେଦବର ସା, ଅଚୁତ୍ୟୁ ପ୍ରଧାନ, ଜିତୁ ପ୍ରଧାନ ପ୍ରମୁଖ ଶକ୍ତି ଟିଭି ନିକଟରେ ପ୍ରତି କ୍ରିୟା ପ୍ରକାଶ କରି ଥିଲେ ,ଏ ନେଇ ଫରଙ୍ଗ ହାଇସ୍କୁଲ କୁ ଯାଇ ଫେରୁ ଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ରାସ୍ତାର ସମସ୍ୟା ସଙ୍କଟାପନ୍ନ ନେଇ ଦୁଃଖ ପ୍ରକାଶ କରି ତାଙ୍କର ପ୍ରତିକ୍ରୀୟା ମିଳିଥିଲା,ଏହି ରାସ୍ତାରେ ଦୈନିକ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଉ ଥାନ୍ତି ହେଲେ ଦୁର୍ଭାଗ୍ୟ ଯେ ବର୍ଷା ମାସରେ କାଦୁଅ ପଚପଚ ରାସ୍ତାରେ ନାହି ନ ଥିବା ସମସ୍ୟା ଦେଖା ଦେଇଥାଏ, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କୁ ଅନୁରୋଧ କରିଛନ୍ତି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମି ଦିନରେ ତୀବ୍ର ଅସନ୍ତୋଷ ଦେଖା ଦେବ ବୋଲି ଚେତାବନୀ ଦେଇଛନ୍ତି, ଆସନ୍ତୁ ଶୁଣିବା ଗ୍ରାମ ବାସୀ ଙ୍କ ପ୍ରତିକ୍ରୀୟା ଓ ଛାତ୍ର ଛାତ୍ରୀ ଙ୍କ ଦୁଃଖର କାରଣ ଶୁଣନ୍ତୁ,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜଗତଭାରତ ନିୟୁଜ
