ପାଚିକା ସହାୟିକା ସଂଘର ବୈଠକ
ଢେଙ୍କାନାଳ, ୧୧/୧୦: ଜେଲ୍ ରୋଡ୍ ନିକଟସ୍ମ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସି ସହବନ୍ଧିତ ନିଳ ଓଡିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଗତ ୫ମାସ ହେବ ପାରିଶ୍ରମିକ ମିଳି ନଥୁବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ପାରିଶ୍ରମିକ ପ୍ରଦାନ ପାଇଁ ଜିଲ୍ଲାପାଳ ପାଣ୍ଠିରୁ ୧କୋଟି ୨୦ ଲକ୍ଷ ଟଙ୍କା ସଂଘ ପକ୍ଷରୁ ପାଚିକାମାନଙ୍କୁ ଦେବା ପାଇଁ ମାଗିଥୁଲା, କିନ୍ତୁ କ୍ଷୋଭର ବିଷୟ ଜିଲ୍ଲା ପ୍ରଶାସନ ଉକ୍ତ ଅର୍ଥ ଯୋଗାଇ ଦେବାକୁ ଅକ୍ଷମ ବୋଲି ସଂଘ ଅନୁଭବ କରୁଛି । ଡିଇଓ ପାର୍ଶ୍ଵରେ ୧ ମାସ ପାରିଶ୍ରମିକ ଦେବା ପାଇଁ ଟଙ୍କା ନାହିଁ । ତେଣୁ ତା.୦୩.୧୦.୨୦୨ ୬ରିଖରେ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଅଭିଯୋଗ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେଇଥିଲେ । ଏହାର ସମାଧାନ ହୋଇପାରିଥାନ୍ତା । ରାଜ୍ୟ ସରକାର ପ୍ରତି ମାସ ୧୦ ତାରିଖରେ ପାରିଶ୍ରମିକ ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ୫ମାସ ହେବ ପାଚିକାଟି ତା’ର ପାରିଶ୍ରମିକ ନପାଇ କିପରି ଚଳୁଥୁବ ତାହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଉପଲବ୍ଧ କରିବା କଥା । ଜିଲ୍ଲା ପାଣ୍ଠିରୁ ୧କୋଟି ୨୦ଲକ୍ଷ ଟଙ୍କା ଦେଇ ପାଚିକାମାନଙ୍କ ଆର୍ଥିକ ଯନ୍ତ୍ରଣାରୁ ଟିକିଏ ଆସସ୍ତି ପାଇଥାନ୍ତେ । ଉକ୍ତ ଟଙ୍କା ରାଜ୍ୟ ଦେଇଥୁଲେ ତାକୁ ଜିଲ୍ଲା ପାଣ୍ଠିରେ ଭରଣା କରାଯାଇଥାନ୍ତା । ମଇ ଜୁନ୍ ଛୁଟି ମାସ ସତ୍ତ୍ବେ ଜୁନ୍ ମାସରେ ପାଚିକାମାନେ କାର୍ଯ୍ୟ କରିଛନ୍ତି । ସରକାର ଏହା ଉପରେ ବିଚାର କରି ପାରିଶ୍ରମିକ ଯୋଗାଇ ଦେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଯଦି ଏହା ଉପରେ ଗୁରୁତ୍ୱ ନଦିଅନ୍ତି ତେବେ ସଂଘ ଆଇନ୍ର ଆଶ୍ରୟ ନେବ ବୋଲି ରାଜ୍ୟ ଉପଦେଷ୍ଟା ରବିରଥ ମତବ୍ୟକ୍ତ କରିଛନ୍ତି । ସର୍ବନିମ୍ନ ମଜୁରୀ, ୧୦ ମାସ ପରିବର୍ତେ ୧୨ ମାସର ପାରିଶ୍ରମିକ, ଅବସର ପରେ ପେନ୍ସନ୍, ବି.ଇ.ଓଙ୍କ ଦ୍ୱାରା ନିଯୁକ୍ତି, ପାଚିକାମାନଙ୍କୁ ଶ୍ରମିକର ମାନ୍ୟତା, ପିଲା ସଂଖ୍ୟା କମ୍ ହେଉଥିବା ଦର୍ଶାଇ ଛଟେଇ କରୁଥିବାରୁ ସଂଘ ଉଦ୍ବେଗ ପ୍ରକାଶ କରି କାହିଁକି ସରକାରୀ ବିଦ୍ୟାଳୟରୁ ପିଲା ସଂଖ୍ୟା ହ୍ରାସ ଘଟୁଚି ସେଥପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ପରାମର୍ଶ ଦେଉଛି। ଉକ୍ତ ବୈଠକରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଂପାଦକ ନାରାୟଣ ନାୟକ, ଶାଢିପ୍ରିୟା ସାହୁ, ଉତରା ପାତ୍ର, ଶୁଭାସିନୀ ବେହେରା, ଶୁଭାସିନୀ ସାହୁ, ଅଶାନ୍ତି ରାଉତ, ଦୀପ୍ତିମୟୀ ଜେନା, ବୁଧେଇ ବେହେରା ଓ ସରୋଜିନୀ ପରିଡା ପ୍ରମୁଖ ଯୋଗଦେଇଥିଲେ ।
