ପୁତ୍ରଦା ଏକାଦଶୀ ନିତି ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଆଜି ପୁତ୍ରଦା ଏକାଦଶୀ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ରେ ଖେଚେଡ଼ି ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ରାତ୍ରରେ ରାତ୍ର ଧୂପ ଏକାଦଶୀ ବେଢ଼ା ଓ ମହାଦିପ ଉଠିବ ଏବଂ ପହଡ଼ ପଡ଼ିବ। ପୂଜକ ମଳୟ କର ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ପୁତ୍ରଦା ଏକାଦଶୀ ନିତି ପାଳିତ ହୋଇଯାଇଛି
