ପ୍ରମିଳା ଦେବୀ ଆବାସିକ ବିଦ୍ୟାଳୟ ରେ କମ୍ବଳ ବଣ୍ଟନ
ଯାଜପୁର — ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ମାସଡା ପଞ୍ଚାୟତର ରେ ଥିବା ପ୍ରମିଳା ଦେବୀ ଆବାସିକ ବିଦ୍ୟାଳୟ ରେ ପ୍ରଭୃ ସାରଥି ଦେବଙ୍କ ଜନ୍ମଦିନ ଉପଲକ୍ଷେ ସ୍କୁଲରେ ଥିବା ଅନ୍ତୋବାସିନୀଙ୍କୁ କମ୍ବଳ ବଣ୍ଟା ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଭୃ ସାରଥି ଦେବଙ୍କ ଜନ୍ମଦିନ ଉପଲକ୍ଷେ କମ୍ବଳ ବଣ୍ଟନ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା। ଏହା ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଭୃ ସାରଥି ଦେବ ଯାଜପୁର ପରିବାର ପକ୍ଷରୁ କରାଯାଇଥାଏ। ମଦନମୋହନ ବାଇ,ମନୋରମା ସାହୁ,ଅନିତା ସାମଲ,ସୁପ୍ରୀୟା ଦାସ,ଅର୍ଚ୍ଚନା, ରବିନ୍ଦ୍ର କୁମାର ସାହୁ,କୁଳମଣୀ ମହାରଣା, ଶାନ୍ତିଲତା ମହାରଣା,ବଙ୍ଗବାଳା ମହାନ୍ତି, ସାଗର ଦାସ,ସାଇ, ସୁକାନ୍ତି ସାମଲ,ସତ୍ୟ ସାମଲ,ବିଭୁତି ଭାଇ ଓ ଭ ଉଣୀ ମାନେ ଏ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ।

