ଫାଶିମାଲ ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା,ଜମନକିରା ବ୍ଲକ
ଫାଶିମାଲ ତା ୧୪/୧୧ (ଫଟୋ) ଜମନକିରା ବ୍ଲକ୍ ଅଧିନସ୍ଥ ଫାଶିମାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଟେକ୍ ମଞ୍ଜରୀ କୁସୁମ ଙ୍କ ନେତୃତ୍ୱରେ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟ କ୍ରମ ର ମୁଖ୍ୟ ଅତିଥି ସଞ୍ଚୟ ପଟେଲ ,ବରିଷ୍ଠ ସମାଜ ସେବୀ ତଥା ପଞ୍ଚସଖା ସେତୁ ର ସଭାପତି ହର ମୋହନ ପଟେଲ ପ୍ରଧାନ ଶିକ୍ଷୟତ୍ରୀ ଟେକ୍ ମଞ୍ଜରୀ କୁସୁମ ଙ୍କ ଦ୍ଵାରା ପଣ୍ଡିତ ଜବାହ।ର ଲାଲ ଙ୍କ ପ୍ରତିଛବି ରେ ପୁଷ୍ପ ମାଲ୍ୟଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲ। ।ପରେ ମୁଖ୍ୟ ଅତିଥି ସଞ୍ଚୟ ପଟେଲ ଓ ମୁଖ୍ୟ ବକ୍ତା ହରମୋହନ ପଟେଲ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସ ପାଳନ କରାଯିବାର ଆଭିମୁଖ୍ୟ ଉପରେ ଅଭି ଭାଷଣ ରଖିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଟେକ୍ ମଞ୍ଜରୀ କୁସୁମ ବିସ୍ତୃତ ଭାବେ ଭାଷଣ ଦେଇଥିଲେ ।ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶିଶୁ ଦିବସପାଳନ ର ମାହାତ୍ମ୍ୟ ଉପରେ ଭାଷଣ ଦେଇଥିଲେ । ଶେଷ ପର୍ଯ୍ୟାୟରେ ଚିନ୍ମୟ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।ବିଦ୍ୟାଲୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବକ୍ତୃତା ,ତର୍କ ପ୍ରତିଯୋଗିତା କରାଯାଇ ବିଜୟୀ ଛାତ୍ର।ଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା । ବିଦ୍ୟାଳୟର ମାଧୁରୀ ବାର୍ଲେବିଡିୟା,ତିଳକ ଭୁଏ,ଶ୍ରୀତମ ପଟେଲ,ସ୍ମୁଟିଶିକ୍ତା ଭୋଇ, ତୁଫାନ ପଟେଲ,ଅନିତା ଢିଲା,ପ୍ରଶାନ୍ତ ପଟେଲ ଓ ହିମାଂଶୁ ପଟେଲ ସହଯୋଗ କରିଥିଲେ ।
