Spread the love

ବଡ ଚେର ଗାଁ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାସ ମାସ ଧରି ଅନୁପସ୍ଥିତ,ଜଣେ BLO ଶିକ୍ଷକ ପାଇଁ ଚାଲିଛି ଶିକ୍ଷା ଦାନ ,
ଗୋଲାମୁଣ୍ଡା/୧୩/୧୧/୨୬/(ଦୈନିକ ଆଶା)ଗତ କାଲି ଗୁରୁବାର ଦିନ ଜଣେ BLO ଶିକ୍ଷକଙ୍କ ପାଇଁ ଚାଲି ଥିଲା ଶିକ୍ଷା ଦାନ, ଜଣେ ଶିକ୍ଷକ ଛୋଟିରେ ଥିବା ବେଳେ, ଶିଶୁ ସେବିକା ଆସି ଥିଲେ, ହେଲେ ପ୍ରଧାନଶିକ୍ଷୟିତ୍ରୀ ବିନା ସିଏଲ୍ ରେ ମାସ ମାସ ଧରି ଅନୁପସ୍ଥିତ ରହିବା ଖବର ଚର୍ଚ୍ଚା ହେଉଛି,
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଅଧିନରେ ଥିବା ବଡ ଚେର ଗାଁ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ୮୧ଜଣ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଦାନରେ ଘୋର ଅସୁବିଧା ଦେଖା ଦେଇଛି ବୋଲି ସ୍ଥାନିୟ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି, ଏହି ବିଦ୍ୟାଳୟରେ ମୋଟ ୮୧ଜଣ ଛାତ୍ର ଛାତ୍ରୀ ସଂଖ୍ୟା ଅନୁସାରେତିନି ଜଣ ଶିକ୍ଷକ ସମେତ ଜଣେ ଶିଶୁ ସେବିକା, ପ୍ରଧାନ ଶିକ୍ଷୟିତ୍ରୀ ରାଜ ଲକ୍ଷ୍ମୀ ମହାନ୍ତି ଥିବା ବେଳେ ସହ ଶିକ୍ଷକ ଭଗବାନ ନାଗ, ସୌରଭ କୁମ୍ଭାର ଓ ଶିଶୁ ସେବିକା କୌଶଲ୍ୟା କୁମ୍ଭାର ରହୁ ଥିବା ସୂଚନା ମିଳିଛି, ହେଲେ ଗତ କାଲି ଗୁରୁବାର ଦିନ ଜଣେ ଶିକ୍ଷକ ଭଗବାନ ନାଗ କାର୍ଯ୍ୟରତ ଥିବା ବେଳେ ସୌରଭ କୁମ୍ଭାର ଛୁଟିରେ, ଶିଶୁ ସେବିକା ଆସି ଥିଲେ, ହେଲେ ପ୍ରଧାନ ଶିକ୍ଷୟିତ୍ରୀ ରାଜ ଲକ୍ଷ୍ମୀ ମହାନ୍ତି ବହୁ ଦିନ ଧରି ଅନୁପସ୍ଥିତ ଥିବା ରୁ ଛାତ୍ର ଛାତ୍ରୀଙ୍କ ଠାରୁ ପରାମର୍ଶ କରିବାରୁ ଜଣା ପଡିଛି ଯେ ବହୁ ଦିନ ଧରି ବିଦ୍ୟାଳୟକୁ ଆସୁ ନାହାନ୍ତି ବୋଲି କହି ଥିଲେ, ଏହି ଅବସରରେ ବିଦ୍ୟାଳୟର ପରିଚାଲନା କମିଟି ସଭାପତି ବୈବ ସୂତ ତାଣ୍ଡି ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ମଧ୍ୟ କହିଲେ ବାରମ୍ବାର ଅନୁପସ୍ଥିତ ରହୁଛନ୍ତି ବୋଲି, ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ କୁମାର ନାଏକ ଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଏହାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଏଠି ପ୍ରଶ୍ନ ଉଠୁଛି ଯେ, କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବହୁ ଦିନ ଧରି ଅନୁପସ୍ଥିତ ରହିବା କାରଣରୁ ଶିକ୍ଷା ଦାନରେ କେତେ ଯେ ଛାତ୍ର ଛାତ୍ରୀ ମାନେ ଉପକୃତ ହେଉଛନ୍ତି ତାହା ଗୋଷ୍ଠି ଶିକ୍ଷା ଅଧିକାରୀ ଅନୁମେୟ କରି ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ତେବେ ଆଗାମି ଦିନରେ ତୀବ୍ର ଅସନ୍ତୋଷ ଦେଖା ଦେବ ବୋଲି ଅଭିଭାବକ ମହଲରେ ଓ ବୁଦ୍ଧି ଯିବି ମହଲରେ ଆଲୋଚନା ଜୋର ହେଉଛି, ତେବେ ଗଣ ମାଧ୍ୟମ ଫୋନରେ ବିଇଓ ଙ୍କ ପ୍ରତିଶ୍ରୁତି କି ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଅନୁମାନ କରାଯାଉଛି,

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *