Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ବରିଷ୍ଠ କଂଗ୍ରେସ ନେତା ବଂଶୀଧର ପ୍ରଧାନଙ୍କ ପରଲୋକ 

 

ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବରିଷ୍ଠ କଂଗ୍ରେସ ନେତା ବଂଶୀଧର ପ୍ରଧାନଙ୍କ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପରିବାର ସଦସ୍ୟ ତାଙ୍କ ନିକଟରେ ଉପସ୍ଥିତ ଥିଲେ l ସ୍ଵର୍ଗତ ପ୍ରଧାନ ବନ୍ତଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ରହିଥିବା ବେଳେ ସକ୍ରିୟ ରାଜନୀତି ବେଳେ ଦୁଇଥର ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ରହିଥିଲେ l ଅନୁଗୋଳ ଜିଲ୍ଲା କଂଗ୍ରେସ ଭବନକୁ ତାଙ୍କ ମରଶରୀରକୁ ଅଣାଯାଇ ଥିଲା ଓ ବହୁ କଂଗ୍ରେସ ନେତା ତାଙ୍କୁ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କୁ ଆଜି କଂଗ୍ରେସ ଭବନରୁ ଶେଷ ବିଦାୟ ଦେଇଛନ୍ତି l ସ୍ଵର୍ଗତ ବରିଷ୍ଠ କଂଗ୍ରେସ ନେତା ବଂଶୀଧର ପ୍ରଧାନ ଙ୍କ ଶେଷକୃତ୍ୟ ବନ୍ତଳା ନନ୍ଦପୁର ଠାରେ କରାଯିବ l

ଅନୁଗୋଳ ଜିଲ୍ଲା କଂଗ୍ରେସ ଭବନ ଠାରେ ସ୍ଵର୍ଗତ ବଂଶୀଧର ପ୍ରଧାନଙ୍କ ଶେଷ ଦର୍ଶନ ଅବସରରେ

You missed