ବାଣ ଓ ମିଠା ବାଣ୍ଟି ଦୀପାବଳୀ ପାଳିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘ
ଖୁସିର ଦିନ ଦୀପାବଳୀକୁ ବାଣ ଓ ମିଠା ବାଣ୍ଟି ପାଳନ କରିଲା ସାମାଜିକ ସାଂସ୍କୃତିକ ବିକାଶ ସଂଘ।ଢେଙ୍କାନାଳ ଠାରୁ ପ୍ରାୟ 25 km ଦୂରରେ ଏକ ବସ୍ତିରେ ପାଳନ କରାଗଲା।ଏଥିରେ ଝରଝରି କୁମ୍ପି ଚକ୍ରୀ ଓ ହାବେଲୀ ବାଣ ବଣ୍ଟନ କରାଗଲା ଓ ଏଥି ସହିତ ମିଠା ବିସ୍କୁଟ ମଧ୍ୟ ବଣ୍ଟନ କରାଗଲା।ଜନବସତି ଠାରୁ କିଛି ଦୂରରେ ବାଣ ଫୁଟାଗଲା।ଓ ଏଥିସହିତ ସଂଘର ସଦସ୍ୟ ସୌମ୍ୟ ସାଗର ମିଶ୍ର ବାଣ କୁ ଜନ ବସତି ଠାରୁ ଦୂରେଇ ଫୁଟାଇବା ପାଇଁ ଓ ବିଶେଷ କରି ନିରୀହ ପଶୁ ମାନଙ୍କ ଠାରୁ ଦୂରେଇ ଫୁଟାଇବା ପାଇଁ ବାର୍ତ୍ତା ପ୍ରଦାନ କରିଲେ।
