Spread the love

ବିଜେଡିର ଜନସମ୍ପର୍କ ପଦଯାତ୍ରା

ଯାଜପୁର,୬/୧୦(ପ୍ରବାହ ନ୍ୟୁଜ): ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବିତନା ପଞ୍ଚାୟତରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ପାଖରୁ ଆରମ୍ଭ ହୋଇ କାରଗିଲ ଛକ ଠାରେ ଶେଷ ହୋଇଥିଲା।ଉକ୍ତ ପଦଯାତ୍ରା କାର୍ଯ୍ୟ କ୍ରମରେ ବିଜେପି ସରକାର ଙ୍କ ସମସ୍ତ କ୍ଷେତ୍ରରେ ବିଫଳତା ବିକାଶ କ୍ଷେତ୍ରରେ ବାଧା ତଥା ରାଜ୍ୟ କୁ ସୁରକ୍ଷା ଓ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୁର୍ଣ୍ଣ ଫେଲ ମାରିଛି।ଖଣି ଓ ଖଣିଜ ସମ୍ପଦ ଲୁଟ୍,ସ୍ବାର୍ଥ ବିରୋଧୀ ଆଇନ, ତୃଟିପୂର୍ଣ୍ଣ ଶିକ୍ଷା ନୀତି ଆଦି ବହୁ କ୍ଷେତ୍ରରେ ଅବହେଳା କରାଯାଉଛି।ଆଜିର ପଦଯାତ୍ରାରେ ବିଞ୍ଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ପ୍ରଦୀପ୍ତ ମହାନ୍ତି, ନନ୍ଦକିଶୋର ସାମଲ,ଦୀଲ୍ଲିପ ରାଉଳ, ନିତ୍ୟାନନ୍ଦ ରାଉତ,ପ୍ରଦୀପ୍ତ ମଲ୍ଲିକ, ନନ୍ଦକିଶୋର ମଲ୍ଲୀକ, ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ବର ମହାନ୍ତି,ମାମିନା ମଲ୍ଲିକ, ଅହଲ୍ୟା ସ୍ବାଇଁ,ଦପନାରାୟଣ ମହାନ୍ତି, ମହେଶ୍ୱର ରାଉତ,କପିଳା ସରପଞ୍ଚ, ଉତ୍ତରକୁଳ ସରପଞ,ଅଳକୁଣ୍ଡ ସରପଞ୍ଚ ସୁଶାନ୍ତ ଦାସ, ପ୍ରଦ୍ୟୁମ୍ନ ପାତ୍ର, ଉମେଶ ଚନ୍ଦ୍ର ଦାସ,ପ୍ରିତିପୁର ସରପଞ୍ଚ,ଉତଙ୍ଗରା ସରପଞ ,ମୁରଲୀ ବେହେରା,ବ୍ଳକ ଉପାଧ୍ୟକ୍ଷ ସେକ ଏରସାଦ,ଗୈରାଙ୍ଗ ସାହୁଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *