ବିଧାନସଭା ପରିଦର୍ଶନରେ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀ
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିଦର୍ଶନରେ ଆସିଥିବା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରଛାତ୍ରୀମାନେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ଉପସ୍ଥିତ ରହିଥିଲେ।
ଏହି ପରିଭ୍ରମଣ ଅବସରରେ ଛାତ୍ରଛାତ୍ରୀମାନେ ବିଧାନସଭାର କାର୍ଯ୍ୟପ୍ରଣାଳୀ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବିଧାନସଭାରେ ହେଉଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଶିକ୍ଷଣୀୟ ପରିଭ୍ରମଣ ଗଣତନ୍ତ୍ର ଓ ସଂସଦୀୟ ପରମ୍ପରାକୁ ନିକଟରୁ ବୁଝିବାରେ ସହାୟକ ହୋଇଥାଏ।

