Spread the love

(ବିଶିଷ୍ଟ ନାଟ୍ୟକାର ଇଂ କିଶୋର ମହାପାତ୍ର ଙ୍କ ଦ୍ୱାଦଶାହା ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୁତି ସଭା ଅନୁଷ୍ଠିତ]

ଜଗତସିଂହପୁର
ତା =10/6/23

-ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଇଂ କିଶୋର ମହାପାତ୍ରଙ୍କ ଦ୍ୱାଦଶାହ ତିଥି ଅବସରରେ ଜଗତସିଂହପୁର ଜିଲ୍ଲା ରେଢୁଆ ସ୍ଥିତ ପୈତୃକ ବାସ ଭବନ ନିକଟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଓ ସ୍ମୁତିସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ଚଳଚିତ୍ର ଅଭିନେତା ତଥା ନିର୍ଦେଶକ ପ୍ରଦ୍ୟୁମ୍ନ କୁମାର ଲେଙ୍କା | ତୁଳସୀ ଗଣନାଟ୍ୟର ପ୍ରୋପାଇଟର ତଥା ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା | ନାଟ୍ୟକାର କୈଳାସ ମଲ୍ଲିକ | ରଘୁନାଥପୁର ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ୍ୟ ରଜତ ପାତ୍ର | ସ୍ବର୍ଗତ ମହାପାତ୍ରଙ୍କ ସୁପୁତ୍ର ନାଟ୍ୟକାର ଇଂ ଆଶୁତୋଷ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ କରିବା ସହିତ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ନାଟ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା ତଥା ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକଙ୍କୁ ରେଢ଼ୁଆ ମାଟି ତଥା ଜଗତସିଂହପୁର ଜିଲ୍ଲା ହରାଇଛି ।ନାଟ୍ୟ ରଚନାରେ ତାଙ୍କର ପ୍ରତିଟି କାହାଣୀର ସୃଜନଶୀଳତା ଓ ସମାଜକୁ ଦିଗଦର୍ଶନ ଦେଉଥିବା କଥା ଆଜି ବି ଦର୍ଶକଙ୍କ ମାନଙ୍କୁ ବେଶ ଆକୃଷ୍ଟ କରିଛି ।ଏହି ମହାନ ନାଟ୍ୟକାର ଙ୍କ ଦ୍ୱାଦଶ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ବହୁ ପ୍ରତିଷ୍ଠିତ ଯାତ୍ରା କଳାକାର ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *