Spread the love

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ପ୍ରୋମୋ ରନ୍ ଆୟୋଜିତ

ଅନୁଗୋଳ, ୨୭.୦୯ : ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆଜି ସକାଳେ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଏକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମାରାଥନ୍ ର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇ ଏହି ଦୌଡ଼ ବି.ଏଡ କଲେଜ ଛକ, ଜିଲ୍ଲାପାଳ ବାସଭବନ ଦେଇ ନୂଆ ବସ୍ ଷ୍ଟାଣ୍ଡ, ଫରେଷ୍ଟ ଟ୍ରେନିଂ କଲେଜ, ପିଟିସି ଛକ , ଥାନା ଛକ ଦେଇ ପୁନଶ୍ଚ ଜଗନ୍ନାଥ ମନ୍ଦିରଠାରେ ସରିଥିଲେ। ଏହି ଦୌଡ଼ରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନର ପ୍ରସାର କରି ଆସନ୍ତା ଡିସେମ୍ବର ୧୩ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପୁରୀ କୋଷ୍ଟାଲ ମାରାଥନ୍ ରେ ଯୋଗ ଦେବାକୁ ଲୋକଙ୍କୁ ଆହ୍ୱାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଅନୁଗୋଳ ଅତିରିକ୍ତ ତହସିଲଦାର ଶ୍ରୀପାଳି ଭରଦ୍ୱାଜ, ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ , ଛାତ୍ରଛାତ୍ରୀ,ସ୍ୱେଚ୍ଛାସେବୀ,ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *